କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ଏହାରି ଭିତରେ ଚାଲିଛି ଦଳଡିଆଁ ପର୍ବ । ପୂର୍ବତନ ସାଂସଦ ଏବଂ ଚାରିଥରର ବିଧାୟକ ସର୍ଫରାଜ ଆଲମ୍ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ୍ ପାର୍ଟିରେ ଯୋଗଦେଇଛନ୍ତି । ସେହିପରି ଆରଜେଡି ଛାଡ଼ିଥିବା ସଙ୍ଗୀତା କୁମାରୀ ବିଜେପିରେ ସାମିଲ ହୋଇଛନ୍ତି । ଯୋଗଦେବା ପରେ ସଙ୍ଗୀତାଙ୍କୁ ମୋହନିଆ ଆସନରୁ ଟିକେଟ୍ ଦେଇଛି ବିଜେପି । ଆରଜେଡିର ୪ଜଣ ପୂର୍ବତନ ବିଧାୟକଙ୍କୁ ଜେଡିୟୁ ଟିକେଟ୍ ଦେଇଛି । ଏହା ବ୍ୟତୀତ ଅନନ୍ତ ସିଂହଙ୍କୁ ପ୍ରାର୍ଥୀ କରିଛି ଜେଡିୟୁ । ଅନନ୍ତ ବର୍ତ୍ତମାନର ଆରଜେଡି ବିଧାୟକ ନୀଲମ ଦେବୀଙ୍କ ସ୍ୱାମୀ । ସେହିପରି ସିଦ୍ଧାର୍ଥ ସୌରଭ ବିଜେପି ଟିକେଟରେ ବିକ୍ରମରୁ ନିର୍ବାଚନ ଲଢ଼ୁଛନ୍ତି । ରାଷ୍ଟ୍ରୀୟ ଲୋକ ସମତା ପାର୍ଟି -ଆରଏଲଏସପି  ଛାଡ଼ିଥିବା ସୁରଜ ଭାନ ସିଂଙ୍କ ପତ୍ନୀ ବିନା ଦେବୀଙ୍କୁ ମୋକାମାରୁ ଆରଜେଡି ପ୍ରାର୍ଥୀ ଘୋଷଣା କରିଛି ।

Advertisment

ବିଜେଡିର ମିସନ ନୂଆପଡ଼ା ଦଖଲ ଅଭିଯାନ, ଶକ୍ତିପ୍ରଦର୍ଶନ ସହ ସ୍ନେହାଙ୍ଗିନୀ ଭରିଲେ ନାମାଙ୍କନ

ରାଜନୀତି ମଇଦାନରେ ନୂଆମୁହଁ 
ମହିଳାଙ୍କୁ ଅସ୍ତ୍ର କରୁଛନ୍ତି ଦଳ
୨୦୨୫ ବିହାର ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ନେଇ ନୂଆମୁହଁ ରାଜନୀତି । ଏନ୍‌ଡିଏ, ମହାଗଠବନ୍ଧନ ଏବଂ ଜନ ସୂରାଜ ପାର୍ଟି ସମେତ ପ୍ରମୁଖ ଦଳଗୁଡ଼ିକ ନୂତନ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି ।

ମହିଳାଙ୍କୁ ଗରୁତ୍ବ - ଅଫଲାଇନ ଗ୍ରାଫିକ୍ସ 

ଡକ୍ଟର ଜାଗୃତି ଠାକୁର- ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତରତ୍ନ କର୍ପୂରୀ ଠାକୁରଙ୍କ ନାତୁଣୀ । ଜନ ସୁରାଜ୍ ପାର୍ଟିରୁ ମୋର୍ବା ବିଧାନସଭା ଆସନରୁ ଟିକଟ ପାଇଛନ୍ତି ।

ଲତା ସିଂହ- ଜନ ସୁରାଜ୍ ପାର୍ଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପି ସିଂହଙ୍କ ଝିଅ ଜନ ସୁରାଜ ପାର୍ଟିରୁ ଅସ୍ଥମ୍ବା ଆସନରୁ ଟିକଟ ପାଇଛନ୍ତି 

ଶ୍ରେୟସୀ ସିଂହ - ଏସିଆନ ଗେମ୍ସରେ ଅଂଶ ଗ୍ରହଣ କରିଥିବା ଶ୍ରେୟସୀଙ୍କୁ ବିଜେପି ଭରସା କରି ପୁଣି ଥରେ ଜମୁଇ ଆସନରୁ ଟିକେଟ ଦେଇଛି । 

ପ୍ରୀତି କିନ୍ନର (ସମାଜସେବୀ) ଜନ ସୁରାଜ୍ ପାର୍ଟି- ଗୋପାଳ ଗଞ୍ଜରୁ ପ୍ରାର୍ଥୀ କରିଛି

ରାଷ୍ଟ୍ରୀୟ ଜନତା ଦଳ ନିର୍ବାଚନ ପାଇଁ ୧୪୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ତେଜସ୍ୱୀ ଯାଦବ ବୈଶାଳୀ ଜିଲ୍ଲାର ରାଘୋପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ରାଘୋପୁର ଆସନକୁ ତେଜସ୍ୱୀ ଯାଦବଙ୍କ ପାରମ୍ପରିକ ଗଡ଼ ବୋଲି ବିବେଚନା କରାଯାଏ । ଦେଖିବାକୁ ବାକି ରହିଲା ଏଥର ତେଜସ୍ବୀ ଗଡ଼ ରଖିବାରେ ସଫଳ ହେଉଛନ୍ତି ନା ନାହିଁ ।