କନକ ବ୍ୟୁରୋ: ଭୋଟିଂ ପାଇଁ ପ୍ରସ୍ତୁତ ବିହାର ନିର୍ବାଚନୀ ମୈଦାନ । ଆସନ୍ତାକାଲି ପଡିବ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ । ବି୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ମୋଟ୍ ୧୨୧ଟି ଆସନରେ ଭୋଟ୍ ଗ୍ରହଣ ହେବ । ଉଭୟ ଏନ୍ଡିଏ ଏବଂ ମହାମେଣ୍ଟର ତାରକା ପ୍ରଚାରକମାନେ ଭୋଟରମାନଙ୍କୁ ନିଜ ସପକ୍ଷକୁ ଆଣିବାପାଇଁ ଦମ୍ ଲଗାଇ ଦେଇଛନ୍ତି । ଶାସକ ଏନ୍ଡିଏ ମେଣ୍ଟରେ ବିଜେପି, ଜେଡିୟୁ, ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି), ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ହାମ୍) ଏବଂ ଆଲ୍ଏଲ୍ଏମ୍(ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା) ଥିବାବେଳେ ବିରୋଧୀ ମହାମେଣ୍ଟରେ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି), ବିକାଶଶୀଳ ଇନ୍ସାନ ପାର୍ଟି (ଭିଆଇପି) ବାମ ଦଳ ସିପିଆଇ, ସିପିଆଇ-ଏମ୍ଏଲ ଏବଂ ସିପିଆଇ(ଏମ୍) ଅଛି । ପ୍ରଥମ ପର୍ଯ୍ୟାୟରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ, ୨ ଜଣ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ରାଟ ଚୌଧାରୀ ଏବଂ ବିଜୟ ସିହ୍ନା, ମନ୍ତ୍ରୀ ନୀତିନ ରବିନ ଏବଂ ମଙ୍ଗଳ ପାଣ୍ଡେ, ବିଜେପିର ମୈଥିଳୀ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ କୃପାଳ ଯାଦବଙ୍କ ସମେତ ଅନେକ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
ତାଙ୍କ ଅଭିନୟ ଦେଖି ଆଉ ତାଳି ମାରିବେନି ଦର୍ଶକ : ଆରପାରିରେ ଯାତ୍ରା ଅଭିନେତା ତଥା ନିର୍ଦ୍ଦେଶକ ଦେବୀ ରଥ
ପ୍ରଥମ ପର୍ଯ୍ୟାୟ
ହେଭିୱେଟ୍ଙ୍କ ଲଢ଼େଇ
ପ୍ରଥମ ପର୍ଯ୍ୟାୟରେ ମହାମେଣ୍ଟ ବନାମ ଏନ୍ଡିଏ
ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବଙ୍କ ଭାଗ୍ୟ ପରୀକ୍ଷା
ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବି ମଇଦାନରେ ଅଛନ୍ତି
ବିହାର ବାଜି
ଏଥରର ପ୍ରସଙ୍ଗ
ବିହାର ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ବିଭିନ୍ନ ପ୍ରସଙ୍ଗ
ରାଜନୈତିକ ହତ୍ୟାକାଣ୍ଡ ଓ ଗିରଫଦାରିକୁ ନେଇ ବିହାରରେ ହଲଚଲ
ଜନସୁରାଜ ଦଳଙ୍କ କର୍ମୀଙ୍କୁ ହତ୍ୟାକୁ ନେଇ ତେଜିଛି ରାଜନୀତି
ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି ଜେଡିୟୁ ପ୍ରାର୍ଥୀ
ଛଟ୍ ପୂଜାକୁ ବିରୋଧୀ ଅପମାନିତ କରିଥିବା ଏନ୍ଡିଏର ଅଭିଯୋଗ
ଜଙ୍ଗଲ ରାଜ୍ ବନାମ ମହିଳା ସଶକ୍ତୀକରଣର ରାଜନୀତି ଜୋରଦାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/05/53-2025-11-05-14-39-07.jpg)