କନକ ବ୍ୟୁରୋ : ପୁଅର ଦୋଷ ପାଇଁ ଦଣ୍ଡ ଭୋଗୁଛନ୍ତି ବୃଦ୍ଧ ବାପାମା’ । ୬ ବର୍ଷ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ବୁକେସିଙ୍ଗା ଗ୍ରାମର ସୁଦର୍ଶନ ବାରିକ ଓ ତାଙ୍କ ପତ୍ନୀ ଜିରା ବାରିକଙ୍କ ପରିବାରକୁ ବନବାସ ଜୀବନ ବିତାଇବାକୁ ପଡୁଛି ।
ସୁର୍ଦଶନଙ୍କ ବଡ଼ ପୁଅ ବୀରେନ ବାରିକ ୨୦୧୪ ମସିହାରେ କ୍ରିକେଟ ଖେଳକୁ ନେଇ ଯାଦବ ଦେହୁରୀ ନାମକ ଜଣେ ଯୁବକକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ହେଲେ ଏପଟେ ପୁଅର ଦୋଷ ପାଇଁ ପରିବାର ବିରୋଧରେ ଗ୍ରାମରେ ବସିଥିଲା କଙ୍ଗାରୁ କୋର୍ଟ । ଗ୍ରାମ ସଭାପତି ପୁଅର ଏହି ଦୋଷ ପାଇଁ ତାର ପରିବାରବର୍ଗଙ୍କୁ ଗ୍ରାମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନଠାରୁ ୬ ବର୍ଷ ହେବ ଦୟନୀୟ ଭାବେ ବିଭିନ୍ନ ଅଞ୍ଚଳ ବୁଲି ଜୀବନ ଅତିବାହିତ କରୁଛନ୍ତି । ଅନେକ ସମୟରେ ଘରକୁ ଫେରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଗାଁ ମୁଖିଆଙ୍କ ନାଲିଆଖି ଯୋଗୁଁ ଏହା ସମ୍ଭବ ହୋଇପାରୁନି । ନିଜର ଘରବାଡ଼ି ସବୁଥାଇ ସେମାନେ ଆଜି ଅନାଥ ହୋଇଯାଇଛନ୍ତି ।