ମୁଣ୍ଡୁଳୀ ନିକଟରେ ମହାନଦୀ ପାରି ହେବାବେଳେ ଫଶିଗଲେ ହାତୀପଲ : ପ୍ରଖର ସ୍ରୋତରେ କିଛି ବାଟ ଠେଲି ହୋଇଗଲେ ୫ହାତୀ, ପହଁରି ନପାରି ପୁଣି ଫେରଆସିିଲେ କୂଳକୁ

ମୁଣ୍ଡୁଳୀ ନିକଟରେ ମହାନଦୀ ପାରି ହେବାବେଳେ ଫଶିଗଲେ ହାତୀପଲ : ପ୍ରଖର ସ୍ରୋତରେ କିଛି ବାଟ ଠେଲି ହୋଇଗଲେ ୫ହାତୀ, ପହଁରି ନପାରି ପୁଣି ଫେରଆସିିଲେ କୂଳକୁ

କନକ ବ୍ୟୁରୋ : ମହାନଦୀ ପାର ହେଉଥିବାବେଳେ ବନ୍ୟା ଜଳର ପ୍ରଖର ସ୍ରୋତ ଭିତରେ ଫଶିଯାଇଥିଲେ ହାତୀପଲ । ହେଲେ ହାତୀଗୁଡିକ ମହାନଦୀର ଅକାତ କାତ ପାଣି ଭିତରେ ପହଁରି ପାର ହୋଇପାରିନଥିଲେ । କୁହାଯାଉଛି ଆଠଗଡ ପଟୁ ମହାନଦୀପାର ହୋଇ ଚନ୍ଦକା ଆସୁଥିବାବେଳେ ପ୍ରଖର ସ୍ରୋତରେ ହାତୀପଲ ଭିତରୁ ୫ଟିି ହାତୀ କିଛି ବାଟ ଠେଲି ହୋଇଯାଇଥିଲେ ।

publive-image

ଆଉ ତାପରେ ହାତୀଗୁଡିକ ନଦୀର ପାଣି ଭିତରେ ପହଁରିଥିଲେ । ହେଲେ ନଦୀର ପ୍ରଖର ସ୍ରୋତ ଥିବା ଯୋଗୁଁ ନଦୀ ପାର ହୋଇପାରିନଥିଲେ । ଆଉ କିଛି ସମୟ ପରେ ପୁଣି ଆଠଗଡ ବନଖଣ୍ଡକୁ ଫେରିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ହାତୀପଲରେ ୨୦ଟି ହାତୀ ଥିଲେ ।ଆଠଗଡରେ ସାଧାରଣତଃ ହାତୀଙ୍କ ଚଳପ୍ରଚଳ ବେଶୀ । ହାତୀ ସବୁବେଳେ ଏହି ଅଂଚଳରେ ଯିବାଆସିବା କରିଥାନ୍ତି । ତେବେ ମହାନଦୀରେ ପାଣିଥିବାବେଳେ ଆଜି ହାତୀପଲ ନଦୀପାର ହେଉଥିଲେ ।  ସେମାନଙ୍କ ମଧ୍ୟରୁ ୫ଟି ହାତୀ ଭରା ନଦୀରେ ଫଶିଯାଇଥିଲେ । ତିତଲି ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଜଳ ଅଧିକ ଥିବା ସହ ପ୍ରଖର ସ୍ରୋତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe