୧୮ରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ । ଛାତ୍ରଛାତ୍ରୀ ଆସିବେନି । ଶିକ୍ଷାନୁଷ୍ଠାନ ଆସି କାମ କରିବେ ଶିକ୍ଷକ ଓ କର୍ମଚାରୀ

Advertisment
୧୮ରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ । ଛାତ୍ରଛାତ୍ରୀ ଆସିବେନି । ଶିକ୍ଷାନୁଷ୍ଠାନ ଆସି କାମ କରିବେ ଶିକ୍ଷକ ଓ କର୍ମଚାରୀ

କନକ ବ୍ୟୁରୋ : ଆସନ୍ତ‌ା ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲିବ। ଶିକ୍ଷକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଆସି କାର୍ଯ୍ୟ କରିବେ । ହେଲେ ଛାତ୍ରଛାତ୍ରୀ ଆସିବେ ନାହିଁ । ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ । ଲାଇବ୍ରେରି, ସାମଗ୍ରୀ, ସାଇନ୍ସ ଲାବରେଟୋରି, ଆଇସିଟି ଲାବରେଟୋରି, ହଷ୍ଟେଲ ସାମଗ୍ରୀ ଆଦି ଠିକ୍‌ ଅଛି କି ନାହିଁ ତଦାରଖ କରିବେ।

ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ କର୍ମଚାରୀଙ୍କ ସମସ୍ୟାଗୁଡ଼ିକର ସମାଧାନ ଏହି ସମୟରେ କରାଯିବ। ଏଚ୍‌ଆର୍‌ଏମ୍‌ଏସ୍‌ ଡାଟା, କ୍ୟାସ୍‌ ବୁକ୍‌, ସର୍ଭିସ୍‌ ବୁକ୍‌ ଆଦିକୁ ଅପ୍‌ଡେଟ୍‌ କରାଯିବ। ଜୁଲାଇ ୩୧ ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ଶେଷ କରି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ନିର୍ଦେଶାଳୟକୁ ଜଣାଇବେ। ଗତ ୮ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳିକୁ କଡାକଡ଼ି ପାଳନ କରିବାକୁ ଶିକ୍ଷକ ଶିକ୍ଷା ଓ ଏସ୍‌ସିଇଆର୍‌ଟି ନିର୍ଦେଶାଳୟ ପକ୍ଷରୁ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe