ସଂସଦରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ : ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ରୁ ୬. ୫ ପ୍ରତିଶତ ଭିତରେ ରହିବା ଅନୁମାନ, ବିରୋଧୀଙ୍କ ହୋହାଲ୍ଲା ଭିତରେ କାଲି ଦିନ ୧୧ ଯାଏ ଗୃହ ମୁଲତବୀ

294

କନକ ବ୍ୟୁରୋ : ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିକାଶ ହାର ୬ରୁ ୬ ଦଶମିକ ୫ ପ୍ରତିଶତ ଭିତରେ ରହିବେ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଆକଳନ କରାଯାଇଛି । ଚାଲୁଥିବା ଆର୍ଥିକ ବର୍ଷ ତୁଳନାରେ ବିକାଶ ଦର ୦.୫ରୁ ୧ ଏ ପ୍ରତିଶତ ଅଧିକ ରହିଛି ।

ଅନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ପରେ ବିରୋଧୀଙ୍କ ହୋହାଲ୍ଲା ଜୋର ହୋଇଥିଲା । ଏହା ପରେ ବାଚସ୍ପତି ଆସନ୍ତାକାଲି ଦିନ ୧୧ଟା ଲୋକସେବାକୁ ମୁଲତବୀ କରିଛନ୍ତି । ସଂସଦରେ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଆଗତ ହେବା ଆଗରୁ ସଂସଦ ଭବନ ପରିସରରେ ସଫଳତାର ସହ ଗୃହ କାମରେ ସହ ଯୋଗ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ଏହି ଅଧିବେଶନରେ ଆର୍ଥିକ ସ୍ଥିତି ଓ ନୀତିକୁ ନେଇ ଚର୍ଚ୍ଚା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।