ଅର୍ଥନୈତିକ ସର୍ଭେ ରିପୋର୍ଟ : କର୍ମଚାରୀଙ୍କ ଅବସର ବୟସ ବୃଦ୍ଧି ଓ ବର୍ଷକୁ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ପାଇଁ ପରାମର୍ଶ

215

କନକ ବ୍ୟୁରୋ : ଆଜି ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮-୧୯କୁ ନେଇ ଏଖ ଆକଳନ କରାଯାଇଛି । ଏଥିରେ କୁହାଯାଇଛି ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଦେଶର ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇବ । ଏତଦ୍ ବ୍ୟତୀତ ଦେଶରେ ହାରାହାରି ଆୟୁ ବୃଦ୍ଧି ପାଉଥିବାରୁ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧି କରିବାକୁ ସର୍ଭେରେ ପରାମର୍ଶ ଦିଆଯାଇଛି । କେବଳ ଏତିକି ନୁହେଁ, ବିଦ୍ୟାଳୟକୁ ମଧ୍ୟ କମ୍ ପିଲା ପାଠ ପଢ଼ିବା ପାଇଁ ଆସିବେ । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକୁ ମିଶାଇବା ପାଇଁ ପରାମର୍ଶ ଦିଆଯାଇଛି ।

ପ୍ରତିବର୍ଷ ଶ୍ରମଶକ୍ତିରେ ୯୭ ଲକ୍ଷ ଲୋକ ଯୋଡ଼ି ହେଉଛନ୍ତି । ଏହି ଧାରା ବଜାୟ ରହିଲେ ଆସନ୍ତା ଦଶନ୍ଧୀ ପ୍ରତିବର୍ଷ ୫୫ରୁ ୬୦ ଲକ୍ଷ ନୂତନ ନିଯୁକ୍ତ ଆବଶ୍ୟକ ହେବ । ଏତେ ପରିମାଣର ନିଯୁକ୍ତି କେଉଁଠାରେ ସୃଷ୍ଟି ହୋଇପାରିବ ତାହାର ଉପାୟ ବିଷୟରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ଅଣୁ, କ୍ଷୁଦ୍ର, ମଧ୍ୟମ ଧରଣର ଶିଳ୍ପସଂସ୍ଥାରେ ନିଯୁକ୍ତ ସୃଷ୍ଟିର ବିପୁଳ ସମ୍ଭାବନା ରହିଛି । ଯେଉଁ ଛୋଟ କମ୍ପାନୀ ବଡ଼ ହୋଇପାରିବ ତା’ ଉପରେ ଅଧି ଧ୍ୟାନ ଦେବାକୁ କୁହାଯାଇଛି । କେବଳ ସରକାରୀ ଲାଭ ପାଇଁ ଛୋଟ ସଂସ୍ଥା ହୋଇ ରହିବାର ଯେଉଁ ମାନସିକତା ରହିଛି ତାହାର ପରିବର୍ତ୍ତନ ଦରକାର । ଏମଏସଏମଇ କୁଡ଼ିକୁ ଦିଆଯାଉଥିବା ସମସ୍ତ ପ୍ରକାର ପ୍ରୋତ୍ସାହନକୁ ୧୦ ବର୍ଷ କି୍ବା ତା’ଠାରୁ କମ ସମୟ ଭିତରେ ଶେଷ କରିବା ପାଇଁ ସର୍ଭେ ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଶ୍ରମ ପଞ୍ଜିକରଣମୁକ୍ତ ଗୋଟିଏ କ୍ଷେତ୍ରରେ ଅଧିକ ନିଯୁକ୍ତ ସୃଷ୍ଟି କରିଯାଇପାରିବ ।