୨୦୧୯-୨୦ରେ ୭ ପ୍ରତିଶତ ବେଗରେ ବଢ଼ିବ ଭାରତ : ଅର୍ଥନୈତିକ ସର୍ଭେ ରିପୋର୍ଟ

୨୦୧୯-୨୦ରେ ୭ ପ୍ରତିଶତ ବେଗରେ ବଢ଼ିବ ଭାରତ : ଅର୍ଥନୈତିକ ସର୍ଭେ ରିପୋର୍ଟ

https://www.entrepreneur.com

କନକ ବ୍ୟୁରୋ : ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଭଳି ଆନ୍ତର୍ଜାତିକ ସମସ୍ୟା ଓ ଦେଶ ଭିତରେ କୃଷି, ବାଣିଜ୍ୟ, ପରିବହନ, ଯୋଗାଯୋଗ ଓ ପ୍ରସାରଣ କ୍ଷେତ୍ରର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ୨୦୧୮-୧୯ରେ ଦେଶର ବିକାଶ ହାର ୬.୮ ପ୍ରତିଶତକୁ ଖସିଯାଇଥିଲା । ଏବେ କିନ୍ତୁ ସ୍ଥିତିରେ ସୁଧାର ହେଉଛି । ପୁଞ୍ଜିନିବେଶ ଓ ଗ୍ରାହକଙ୍କ ଦ୍ବାରା ବିଭିନ୍ନ ସାମଗ୍ରୀର ବ୍ୟବହାର ବୃଦ୍ଧି ପାଉଥିବାରୁ ୨୦୧୯-୨୦ରେ ଭାରତ ୭ ପ୍ରତିଶତ ବେଗରେ ଆଗକୁ ବଢ଼ିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

ସର୍ଭେରେ କର୍ମଚାରୀମାନଙ୍କ ଅବସର ବୟସ ସୀମା ବଢ଼ାଇବା, ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଅଧିକ ଘରୋଇ ପୁଞ୍ଜି ଆକୃଷ୍ଟ କରିବା, ଖାଦ୍ୟ ସବସିଡିକୁ କମ୍ କରିବା, ଗରିବଙ୍କ କଲ୍ୟାଣ ପାଇଁ ସ୍ବତନ୍ତ୍ର ତଥ୍ୟ ପ୍ରସ୍ତୁତ କରିବା, ଜାତୀୟ ସ୍ତରରେ ସର୍ବନିମ୍ନ ମଜୁରି ଲାଗୁ କରିବା, ଟିକସଦାତାଙ୍କ ନାମରେ ସ୍କୁଲ ଓ ରାସ୍ତାର ନାମକରଣ କରିବା, ନିମ୍ନ ସ୍ତରରେ ଥିବା ଅଦାଲତ ଗୁଡ଼ିକରେ ସଂସ୍କାର ଆଣିବା ଏବଂ ଏମଏସଏମଇ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ ଲୋକଙ୍କ ମଧ୍ୟରେ ଋଣ ପରିଶୋଧ କରିବା ଓ ସଞ୍ଚୟ ଅଭ୍ୟାସ ବୃଦ୍ଧି ପାଇଁ ‌ଧା‌ର୍ମିକ ଭାବନାକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ସର୍ଭେରେ କର୍ମଚାରୀମାନଙ୍କ ଅବସର ବୟସ ସୀମା ବଢ଼ାଇବା, ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଅଧିକ ଘରୋଇ ପୁଞ୍ଜି ଆକୃଷ୍ଟ କରିବା, ଖାଦ୍ୟ ସବସିଡିକୁ କମ୍ କରିବା, ଗରିବଙ୍କ କଲ୍ୟାଣ ପାଇଁ ସ୍ବତନ୍ତ୍ର ତଥ୍ୟ ପ୍ରସ୍ତୁତ କରିବା, ଜାତୀୟ ସ୍ତରରେ ସର୍ବନିମ୍ନ ମଜୁରି ଲାଗୁ କରିବା, ଟିକସଦାତାଙ୍କ ନାମରେ ସ୍କୁଲ ଓ ରାସ୍ତାର ନାମକରଣ କରିବା, ନିମ୍ନ ସ୍ତରରେ ଥିବା ଅଦାଲତ ଗୁଡ଼ିକରେ ସଂସ୍କାର ଆଣିବା ଏବଂ ଏମଏସଏମଇ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ଲୋକଙ୍କ ମଧ୍ୟରେ ଋଣ ପରିଶୋଧ କରିବା ଓ ସଞ୍ଚୟ ଅଭ୍ୟାସ ବୃଦ୍ଧି ପାଇଁ ‌ଧା‌ର୍ମିକ ଭାବନାକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

‘ବେଟି ବଚାଓ, ବେଟି ପଢ଼ାଓ’କୁ ‘ବେଟି ଆପ୍‌କି ଧନଲକ୍ଷ୍ମୀ ଔର୍‌ ବିଜୟଲକ୍ଷ୍ମୀ’ ଏବଂ ‘ସ୍ବଚ୍ଛ ଭାରତ’କୁ ‘ସୁନ୍ଦର ଭାରତ’ ନାମକରଣ କରିବାକୁ ସର୍ଭେରେ ପ୍ରସ୍ତାବ ଦିଆଯାଇଛି। କୃଷି କ୍ଷେତ୍ରରେ ଆଗାମୀ ଦିନରେ ଦେଖାଦେବାକୁ ଥିବା ଜଳ ସଙ୍କଟ ଦୂର କରିବାକୁ ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ଗାନ୍ଧୀଙ୍କ ନୀତି ଅନୁସାରେ ଗରିବ ଓ ସାଧାରଣ ଲୋକଙ୍କ ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ସର୍ଭେରେ ପ୍ରସ୍ତାବ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe