ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ ! ବିଜେପି ଓ କଂଗ୍ରେସ ନେତାଙ୍କୁ ନୋଟିସ୍ ଜାରି କଲେ ନିର୍ବାଚନ କମିସନ

242

କନକ ବ୍ୟୁରୋ : ବିଜେପି ଓ କଂଗ୍ରେସ ନେତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ନିର୍ବାଚନ କମିସନ ବୁଧବାର ବିଜେପିର ଜୟପୁର ସାଂସଦ ରାମଚରନ ବୋହରା ଏବଂ ରାଜସ୍ଥାନ କଂଗ୍ରେସର ସାଧାରଣ ସଚିବ ସୁନୀଲ ଶର୍ମାଙ୍କୁ ନୋଟିସ ଜାରି କରିଛନ୍ତି । ବୋହରା ଏବଂ ଶର୍ମା ଜୟପୁରର ବିଭିନ୍ନ ସ୍ଥାନରେ ସଶସ୍ତ୍ର ବଳଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଅପରେସନର ଫଟୋ ନିର୍ବାଚନ ପ୍ରଚାର ପୋଷ୍ଟରରରେ ବ୍ୟବହାର କରିଥିବା ଅଭିଯୋଗରେ ସେମାନଙ୍କୁ ନୋଟିସ୍‌ ପଠାଯାଇଛି । ତିନି ଦିନ ମଧ୍ୟରେ ଏହାର ଉତ୍ତର ରଖିବା ପାଇଁ ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି ।

ବୋହରା ଓ ଶର୍ମାଙ୍କୁ ଜିଲ୍ଳା ନିର୍ବାଚନ ଅଫସ୍‌ ପକ୍ଷରୁ ପଠାଯାଇଥିବା ପତ୍ରରେ ଲେଖାଯାଇଛି,‘ ଭାରତୀୟ ସଶସ୍ତ୍ର ବଳ ଓ ସେମାନଙ୍କ ଦ୍ୱାରା କରାଯାଇଥିବା ଅପରେସନର ଫଟୋକୁ ତୁମେ ବିଭିନ୍ନ ପୋଷ୍ଟରରେ ବ୍ୟବହାର କରିଛ । ଏହାଦ୍ୱାରା ତୁମେ ଆଦର୍ଶ ଆଚରଣ ବିଧିର ଉଲଂଘନ କରିଛ । ତିନି ଦିନ ମଧ୍ୟରେ ଉତ୍ତର ଦିଅ ବୋଲି କହିଛନ୍ତି ନିର୍ବାଚନ କମିସନ ।’

ଉଲ୍ଲେଖଯୋଗ୍ୟ, ଭାରତୀୟ ସେନା କିମ୍ବା ସେନା ଦ୍ୱାରା ହୋଇଥିବା କୌଣସି ପ୍ରକାର ଅପରେସନର ଫଟୋ ବ୍ୟବହାର କରି ନିର୍ବାଚନ ପ୍ରଚାର ନ କରିବା ପାଇଁ ନିକଟ ଅତୀତରେ ନିର୍ବାଚନ କମିସନ ନର୍ଦ୍ଦେଶ ଦେଇଥିଲେ । ଆସନ୍ତା ଲୋକସଭା ନିର୍ବାଚନ ଏପ୍ରିଲ୍‌ ୧୧ ତାରିଖରୁ ମେ ୧୯ ତାରିଖ ମଧ୍ୟରେ ହେବ ।  ଭୋଟ ଗଣତି ହେବ ମେ ୨୩ ତାରିଖରେ ।