ଜାଣନ୍ତୁ ହୋଲିରେ ରଙ୍ଗରୁ ରକ୍ଷା ପାଇବେ କିପରି ?

46

ହୋଲିରେ ରଙ୍ଗ ଖେଳିବା ପାଇଁ ସମସ୍ତେ ବହୁତ ଭଲ ପାଆନ୍ତି । ଆଉ ହୋଲିରେ ଯଦି ରଙ୍ଗ ଓ ପିଚକାରୀର ନଥାଏ ତେବେ ହୋଲିର ଅସଲ ମଜା ଆସେନି । କିନ୍ତୁ ହୋଲଶରେ ବ୍ୟବହୃତହେଉଥିବା ସିନ୍ଥେଟିକ ରଙ୍ଗ ତ୍ୱଚାରେ ରାସେସ, ରୁକ୍ଷତା ଓ ଜ୍ୱଳନ ସୃଷ୍ଟି କରିଥିାଏ । ଯହି ଏପରି ରଙ୍ଗରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଛନ୍ତି ଜାଣନ୍ତୁ କିଛି ଟିପ୍ସ ।

କେଶରୁ ରଙ୍ଗ ଛଡାଇବା ପାଇଁ ପ୍ରଥମେ କେଶକୁ ଭଲ ପାଣିରେ ଧୁଅନ୍ତୁ । କେଶରେ ରଙ୍ଗ ଲାଗିବାଦ୍ୱାରା କେଶ ରୁକ୍ଷ ହୋଇଯାଏ । କେଶକୁ ଡ୍ୟାମେଜରୁ ବଞ୍ଚାଇବା ପାଇଁ ଆପଣ କେଶରେ ହେୟାର ପ୍ୟାକ ଲଗାଇ ପାରନ୍ତି । ମେଥି ଦାନା ଓ ୪ ବଡ ଚାମଚ ଦହିକୁ ଏକାଠି ଗ୍ରାଇଣ୍ଡ କରି କେଶରେ ଲଗାନ୍ତୁ ।

ଚେହେରାରୁ ରଙ୍ଗ ହଟାଇବା ପାଇଁ ସାବୁନ ପ୍ରୟୋଗ କରନ୍ତୁ ନାହିଁ । ପ୍ରଥମେ ଭଲରେ କ୍ଲିନଜର ଓ ମଏଶ୍ଚରାଇଜର କ୍ରୀମରେ ଲଗାଇ ମୁହଁ ଧୁଅନ୍ତୁ । ମୁହଁରେ ଜ୍ୱଳନ ହେଉଥିଲେ ବେସନ ଓ କ୍ଷୀରର ମିକ୍ସଚର ତିଆରି କରି ମୁହଁରେ ଲଗାନ୍ତୁ । ଏପରି କରି ଆପଣ ରଙ୍ଗ ଛଡାଇ ପାରିବ ।