କନକ ବ୍ୟୁରୋ : ରେଳ ଯାତ୍ରୀ ସାବଧାନ। ସୋମବାର(ଆଜି)ଠାରୁ ରେଳ ଷ୍ଟେସନରେ ଛେପ ପକାଇଲେ ଦେବାକୁ ପଡ଼ିବ ଜରିମାନା । କେବଳ ରେଳ ଷ୍ଟେସନ ନୁହେଁ, ପ୍ଲାଟଫର୍ମ, ଟ୍ରେନ୍କୁ ବି ଅପରିଷ୍କାର କଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ଛେପ ପକାଇବା ସହ ଆବର୍ଜନା କରିବା, ବାହାରେ ପରିସ୍ରା କରିବା, କାନ୍ଥବାଡ଼କୁ ଅପରିଷ୍କାର କରିବା, କପଡ଼ା/ଲୁଗାପଟା ସଫା କରିବା, ୫୦ ମାଇକ୍ରୋନ୍ରୁ କମ୍ ଥିବା ପ୍ଲାଷ୍ଟିକ ବ୍ୟବହାର କଲେ ବି ଜରିମାନା ଦେବାକୁ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ରେଳପଥ ପରିସରରେ ସ୍ବଚ୍ଛ ଭାରତ ମିସନକୁ ସୁନିଶ୍ଚିତ କରିବା ସହ ମ୍ୟୁନିସିପାଲ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ନିୟମ-୨୦୧୬ ଆଧାରରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ୨୦୧୬ରୁ ଜରିମାନା ବ୍ୟବସ୍ଥା ଲାଗୁ ହୋଇଛି। ଯେଉଁଥିରେ ଚାରିଟି ବିଷୟବସ୍ତୁ ଯଥା ଛେପ ପକାଇବା, ଆବର୍ଜନା କରିବା, ବାହାରେ ପରିସ୍ରା ଓ କାନ୍ଥବାଡ଼କୁ ଅପରିଷ୍କାର କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ ହେଉଥିଲା। ଏଥିପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୯୩୦୧ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ୨୦୧୮-୧୯ରେ ୧୦ ହଜାର ୫୮୨ ଜଣ ଓ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ୮୩୨୧ ଜଣଙ୍କଠାରୁ ଜରିମାନା ଆଦାୟ ହୋଇଛି। ଏଣିକି ମୋଟ ୧୩ଟି ନିୟମକୁ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ଏହି ଜରିମାନା କେବଳ ଦୁଇଟି ପ୍ରଣାଳୀ ଯଥା ଏ-୧ ଓ ଏ ଶ୍ରେଣୀ ଅଧୀନସ୍ଥ ଷ୍ଟେସନ ଏବଂ ଅନ୍ୟ ସମସ୍ତ ଷ୍ଟେସନ ପାଇଁ ପୃଥକ ଜରିମାନା ଆଦାୟ ହେଉଥିଲା। ବିଭିନ୍ନ ରେଳ ମଣ୍ଡଳରେ ପୃଥକ ଜରିମାନା ଦେୟ ଆଦାୟ କରାଯାଉଥିଲା।
ନୂତନ ନିୟମ ଅନୁଯାୟୀ, ପୂର୍ବତଟ ରେଳପଥ ଅନ୍ତର୍ଗତ ସମସ୍ତ ରେଳଷ୍ଟେସନ ବର୍ଗୀକରଣ ଅନୁଯାୟୀ ଜରିମାନା ଆଦାୟ କରିପାରିବେ। ରେଳବାଇ ବୋର୍ଡ ଦ୍ୱାରା ପୃଥକୀକରଣ ବର୍ଗରେ ପୂର୍ବତଟ ରେଳପଥ ମଧ୍ୟରେ ଷ୍ଟେସନ ଗୁଡିକୁ ସବ-ଅର୍ବାନ(ଏସ୍ଜି), ନନ୍-ସବ-ଅର୍ବାନ(ଏନ୍ଏସ୍ଜି) ଓ ହଲ୍ଟ ଷ୍ଟେସନ(ଏଚ୍ଜି)। ନୂତନ ନିୟମ ଅନୁଯାୟୀ ଏବେ କେବଳ ଦୁଇଟିସ୍ତରରେ ସ୍ୱଚ୍ଛତା ନିୟମ ଅବମାନନାକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବ। ଗୋଟିଏ ସ୍ତରରେ ଏନ୍ଏସ୍ଜି-୨, ୩ ଓ ୪ ବର୍ଗ ଷ୍ଟେସନ ଥିବା ବେଳେ ଅନ୍ୟ ସ୍ତରରେ ଏନ୍ଏସ୍ଜି-୫, ୬ ବର୍ଗ ଷ୍ଟେସନ ଓ ପାସେଞ୍ଜର ହଲଟ୍ ଅନ୍ତର୍ଭୁକ୍ତ ରହିଛି।
ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ ସବୁ ଷ୍ଟେସନଠାରେ ସ୍ୱଚ୍ଛତା ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଷ୍ଟେସନ ପ୍ରବନ୍ଧକ, ଷ୍ଟେସନ ଅଧୀକ୍ଷକ, ଷ୍ଟେସନ ମାଷ୍ଟରଙ୍କ ସହ ବାଣିଜ୍ୟ ଓ ପରିଚାଳନା ବିଭାଗର କର୍ମଚାରୀ(ଯେଉଁମାନେ ଟିକେଟ କଲେକ୍ଟରଙ୍କଠାରୁ ନିମ୍ନ ହୋଇ ନଥିବେ), ରେଳବାଇ ସୁରକ୍ଷା ବଳ ଅଧିକାରୀ(ଯେଉଁମାନେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟରଙ୍କଠାରୁ ନିମ୍ନ ପଦରେ ନଥିବା ଅଧିକାରୀ ଓ କର୍ମଚାରୀ) ଜରିମାନା ଆଦାୟ କରିପାରିବେ। ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବ୍ୟତୀତ ରେଳ ଷ୍ଟେସନରୁ ଆବର୍ଜନା ସଂଗ୍ରହ କରୁଥିବା ସଂସ୍ଥା ଆବର୍ଜନାକୁ ଅଲଗା ନ ରଖିଲେ ବଡ଼ ଷ୍ଟେସନ ପାଇଁ ୨ ହଜାର ଓ ଛୋଟ ଷ୍ଟେସନ ପାଇଁ ୧ ହଜାର ଟଙ୍କା ଜରିମାନା ଆଦାୟ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/3-3.jpg)
/kanak/media/post_attachments/wp-content/uploads/2020/02/1-6-300x269.jpg)