କନକ ବ୍ୟୁରୋ : କରୋନା ଭାଇରସର ମୁକାବିଲା କରିବା ନିମନ୍ତେ ପୂର୍ବତଟ ରେଳପଥର ବ୍ୟାପକ ପ୍ରସ୍ତୁତି । କରୋନାର ଭୟାବହତାକୁ ନଜରରେ ରଖି ଯାତ୍ରୀଙ୍କୁ ସଚେତନ କରିବ ଇଷ୍ଟକୋଷ୍ଟ ରେଲୱେ । ପ୍ରତିଶେଧକମୂଳକ ପଦକ୍ଷେପ ନେଲା ପୂର୍ବତଟ ରେଳପଥ । ପ୍ରତିଦିନ ଯିବାଆସିବା କରୁଥିବା ଯାତ୍ରୀଙ୍କ ହିତ ଉଦ୍ଦେଶ୍ୟରେ ପ୍ରତି ଷ୍ଟେସନରେ ଖୋଲାଯାଇଛି ହେଲ୍ପଲାଇନ୍ ବୁଥ୍ ।
କେବଳ ଏତିକି ନୁହେଁ ରେଳପଥ ପରିସୀମା ଭିତରେ ଖୋଲିଛି ନିୟନ୍ତ୍ରଣ କକ୍ଷ । ରେଳ ଷ୍ଟେସନ ଓ ଟ୍ରେନ୍ ଷ୍ଟେସନ ଗୁଡ଼ିକରେ ସଚେଚତନା ଅଭିଯାନ ଚାଲିବ । ଟ୍ରେନ୍ ଓ ଷ୍ଟେସନରେ ସଚେତନତା ପାଇଁ ସ୍ଥାନୀୟ ଭାଷାରେ ବ୍ୟାନର ଲାଗିବ । ଷ୍ଟେସନ୍ ଓ ରେଲୱେ କଲୋନୀରେ ପରିମଳ ବ୍ୟବସ୍ଥାର ମନିଟରିଂ ହେବ । ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ମେଡ଼ିକାଲ କର୍ମଚାରୀମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି ।
ଜନସାଧାରଣ ଓ ଯାତ୍ରୀଙ୍କୁ ସଚେତନ କରିବ ରେଲୱେ । ଏହାସହ ସ୍ଥାନୀୟ ଭାଷାରେ ଅଡ଼ିଓ ଭିଜୁଆଲ୍ ଜରିଆରେ ଷ୍ଟେସନରେ ସଚେତନତାର ବାର୍ତ୍ତା ଦିଆଯିବ । ରେଲୱେ ହସ୍ପିଟାଲରେ ଜ୍ୱର ହେଉଥିବା କର୍ମଚାରୀଙ୍କୁ ଭିନ୍ନ ୱାର୍ଡ଼ରେ ରଖାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/RailWay-kanak-14_Thumb.jpg)