ଦିଲ୍ଲୀ ଏନସିଆର୍ ଅଂଚଳରେ ଭୂମିକମ୍ପ ! ଭୟରେ ପଦାକୁ ବାହାରି ଆସିଲେ ଲୋକେ

44

କନକ ବ୍ୟୁରୋ : ଦିଲ୍ଲୀ-ଏନସିଆର ଅଂଚଳରେ ରବିବାର ଅପରାହ୍ନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାଜଧାନୀ ଦିଲ୍ଳୀର ଅନେକ ସ୍ଥାନରେ ଭୂକମ୍ପ ହୋଇଛି ବୋଲି ରାଜଧାନୀ ବାସିନ୍ଦା ଟୁଇଟ୍ କରିଛନ୍ତି । ଭାଗ୍ୟକୁ ଏହି ଭୂକମ୍ପ ପ୍ରଭାବରେ କୌଣସି କ୍ଷତି ଘଟିନାହିଁ। ତଥାପି ଭୟରେ ଭୂମିକମ୍ପ ଝଟକା ଯୋଗୁଁ ପଦାକୁ ବାହାରି ଆସିଥିଲେ ଲୋକେ । ଏ ସଂପର୍କରେ ଅଧିକ କିଛି ତଥ୍ୟ ହସ୍ତଗତ ହୋଇନାହିଁ ।

ଉଲ୍ଲେଖଯୋଗ୍ୟ, ଗତକାଲି ଜାପାନଠାରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଆଜି ଅପରାହ୍ନରେ ଦିଲ୍ଲୀଠାରେ ସମାନ୍ୟ ପ୍ରଭାବ ଦେଖିବାକୁ ମିଳିଛି । ଜାପାନ ଭୂକମ୍ପରେ ୩୭ ଜଣଙ୍କ ଜୀବନ ଯାଇଥିବା ରିପୋର୍ଟ ରହିଛି ।

ଭୂମିକମ୍ପ ଆସିଲେ କ’ଣ କରିବେ ?

  • ଯଦି ଆପଣ କୌଣସି ବିଲଡିଙ୍ଗରେ ଅଛନ୍ତି ତେବେ ହଠାତ ସେଠାରେ ବସିଯାଆନ୍ତୁ ବା କୌଣସି ମଜବୁତ ଫର୍ଣ୍ଣିଚର ତଳକୁ ଚାଲିଯାଆନ୍ତୁ । ଯଦି ପାଖରେ ସେଭଳି କିଛି ଜିନିଷ ଉପଲବ୍ଧ ନାହିଁ, ତେବେ ନିଜ ଚେହେରାକୁ ହାତରେ ଘୋଡ଼ାଇ କୋଣର କୌଣସି ସ୍ଥାନରେ ବସିଯାଆନ୍ତୁ ।

  • ଯଦି ବିଲଡିଙ୍ଗ ବାହାରେ ଅଛନ୍ତି ତେବେ ଖମ୍ବ,ଗଛ ଏବଂ ତାରା ଠାରୁ ଦୂରେଇ ରୁହନ୍ତୁ ।

  • ଯଦି କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତେବେ ସେହିଠାରେ ରହିଯାଆନ୍ତୁ ଏବଂ ତା ମଧ୍ୟରେ ବସି ରୁହନ୍ତୁ ।

 

  • ଯଦି ଅଳିଆ ଆବର୍ଜନା ମଧ୍ୟରେ ଫସି ଯାଇଛନ୍ତି ତେବେ ଦିଆସିଲିର ବ୍ୟବହାର କରନ୍ତୁ ନାହିଁ ଏବଂ ହଲନ୍ତୁ ନାହିଁ ଓ ଧକ୍କା ମାରନ୍ତୁ ନାହିଁ ।

  • ବିଲଡିଙ୍ଗ ମଧ୍ୟରେ ଫସି ଯାଇଥିଲେ କୌଣସି ପାଇପ କିମ୍ବା କାନ୍ଥକୁ ଧୀରେ ଧୀରେ ଛୁଅନ୍ତୁ,ଯାହା ଦ୍ୱାରା ସୁରକ୍ଷା କର୍ମୀ ଆପଣଙ୍କ ସ୍ଥିତି ବିଷୟରେ ଜାଣିପାରବେ ।

  • ଯଦି ଆପଣଙ୍କ ନିକଟରେ କୌଣସି ସିଟି ଅଛି ତେବେ ବଜାନ୍ତୁ । ଯଦି କୌଣସି ମଧ୍ୟ ଉପାୟ ନାହିଁ ତେବେ ଜୋରରେ ପାଟି କରନ୍ତୁ । ଶବ୍ଦ କରିବା ଦ୍ୱାରା ଶ୍ୱାସରେ ଧୂଳି ଆଦି ଜମିପାରେ । ସର୍ବଦା ପାଖରେ ଦୁର୍ବିପାକ ସହାୟକ ଜିନିଷ ରଖନ୍ତୁ ।