ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ : ରିକ୍ଟର ସ୍କେଲରେ ତୀବ୍ରତା ୬.୫

Advertisment
ଭୂମିକମ୍ପରେ ଥରିଲା  ଇଣ୍ଡୋନେସିଆ : ରିକ୍ଟର ସ୍କେଲରେ ତୀବ୍ରତା ୬.୫

The Mercury News

କନକ ବ୍ୟୁରୋ : ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ଆଜି ପୂର୍ବ ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପରେ ୬. ୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି । କିନ୍ତୁ  ଭୂମିକମ୍ପ ଯୋଗୁଁ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ ବୋଲି ଜଣାପଡ଼ିଛି । ସମ୍ପୃକ୍ତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଏବଂ ମୃତାହତଙ୍କ ସଂଖ୍ୟା ହଠାତ୍ ଜଣାପଡ଼ି ନାହିଁ। ଅତୀତରେ ମଧ୍ୟ ଏହି ଅଞ୍ଚଳରେ ଭୟାନକ ଭୂମିକମ୍ପମାନ ହୋଇଛି।

ଆଜି ସକାଳେ ଇଣ୍ଡୋନେସିଆରମାଲୁକୁ ପ୍ରଦେଶର ଆମ୍ବୋନ ଉତ୍ତରପୂର୍ବ ଉପକୂଳ ଠାରୁ ସମୁଦ୍ର ମଧ୍ୟକୁ ପ୍ରାୟ ୩୭ କିଲୋମିଟର ଦୂର ଏବଂ ଭୂଗର୍ଭର ୨୯ କିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍ ସର୍ଭେ କହିଛି।

ଟେକଟୋନିକ୍ ପ୍ଲେଟ୍ ଗୁଡ଼ିକ  ପରସ୍ପର ସହ ଧକ୍କା ଖାଉଥିବା ସ୍ଥାନ ପେସିଫିକ୍ ଫାୟାରରେ ଅବସ୍ଥିତ ହୋଇଥିବାରୁ ଇଣ୍ଡୋନେସିଆରେ ପ୍ରାୟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥାଏ । ସୂଚନାଯୋଗ୍ୟ ଗତ ବର୍ଷ ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା । ସୁଲାୱୋସି ଦ୍ୱୀପର ମାଲୁକ ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହେବାରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe