ଭୂମିକମ୍ପରେ ଥରିଲା ଦକ୍ଷିଣ କାଲିଫର୍ଣ୍ଣିଆ : ୨୦ବର୍ଷ ଭିତରେ ସବୁଠୁ ବଡ ଭୂମିକମ୍ପ ରେକର୍ଡ଼, ଭୁଶୁଡ଼ିଲା ବିଲ୍ଡିଂ ଲାଗିଲା ନିଆଁ

367

କନକ ବ୍ୟୁରୋ : ଭୂମିକମ୍ପରେ ଦୋହଲିଗଲା କାଲିଫର୍ଣ୍ଣିଆ । ଗତକାଲି ରାତିରେ ମେକସିକୋ ସିଟିରେ ଅନୁଭୂତ ହୋଇଥିଲା ଭୂମିକମ୍ପ । ପ୍ରାରମ୍ଭିକ ଭାବେ ଭୂମିକମ୍ପର ତୀବ୍ରତା ଥିଲା ୭.୧ । ତେବେ ପରବର୍ତ୍ତୀ ସମୟରେ ଏହା ୬.୯ ରହିଥିଲା । ବିଗତ ୨୦ବର୍ଷରେ ଏହା ସବୁଠାରୁ ବଡ ଭୂମିକମ୍ପ ବୋଲି କୁହାଯାଉଛି । ଭୂମିକମ୍ପ ଫଳରେ ବଡ ବଡ ବିଲ୍ଡିଂକୁ କ୍ଷତି ପହଂଚିଥିବା ବେଳେ ନିଆଁ ଲାଗିବା ସହ ଅନେକ ଆହତ ହୋଇଛନ୍ତି । ପାଖାପାଖି ହଜାରରୁ ଅଧିକ ନିଆଁ ଲିଭାଳି ଦଳ ଏହି ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ଏଯାଏଁ ମୃତାହତର କୌଣସି ଖବର ନାହିଁ । ଭୂମିକମ୍ପ ହେବାକ୍ଷଣି ଲୋକେ ରାସ୍ତା ଉପରକୁ ଚାଲିଆସିଥିଲେ । ଆଉ ବିଲ୍ଡିଂ ଭିତରେ ଫସିରହିଥିବା କିଛି ଲୋକମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଆମେରିକା ଜିଓଲଜିକାଲ ସର୍ଭେ ରିପୋର୍ଟ ଅନୁସାରେ ରିଜକ୍ରେଷ୍ଟ ୧୧ ମାଇଲ ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା ଏହି ଭୂମିକମ୍ପ । ଏହାର ସିଧାସଳଖ ପ୍ରଭାବ ପଡିଥିଲା ଫାଉଣ୍ଡେସନ ଉପରେ । ଫଳରେ କାଲିଫର୍ଣ୍ଣିଆରେ ଭୂମିକମ୍ପ ହୋଇଥିଲା । କିଛି ବିଲ୍ଡିଂର କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା ।