ପୁରୀରେ ଆରମ୍ଭ ହେଲା ଇ-ଷ୍ଟାମ୍ପିଂ ବ୍ୟବସ୍ଥା ! ଜମିଜମା ବିକ୍ରି ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ଇ -ବ୍ୟବସ୍ଥା ମାଧ୍ୟମରେ ଦଲିଲ ହେବ ପଂଜୀକୃତ

69

କନକ ବ୍ୟୁରୋ : ପୁରୀରେ ଆଜିଠାରୁ ଆରମ୍ଭ ହେଲା ଇ-ଷ୍ଟାମ୍ପିଂ ବ୍ୟବସ୍ଥା । ଜମି ଜମା ବିକ୍ରି ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ଦଲିଲକୁ ପଂଜୀକୃତ କରିବା ପାଇଁ ଇ ଷ୍ଟାମ୍ପିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ସେପଟେ ଇ ଷ୍ଟାମ୍ପିଂ ବ୍ୟବସ୍ଥା ଦ୍ୱାରା ଷ୍ଟାମ୍ପ ପେପର ବିକ୍ରି କରୁଥିବା ଭେଣ୍ଡରମାନେ କ୍ଷତିଗ୍ରସ୍ତ ହେବେ ବୋଲି ଭେଣ୍ଡର ସଂଘ କହିଛି । ଜମି ଜମା ବିକ୍ରି ପାଇଁ ଦଲିଲକୁ ପଂଜୀକୃତ କରିବା ପାଇଁ ଇ ଷ୍ଟାମ୍ପିଂ ବ୍ୟବସ୍ଥା କରାଯାଇଛି । ଲୋକେ ଏହି ଇ ଷ୍ଟାମ୍ପ ପେପରକୁ ପଂଜାବ ନ୍ୟାସନାଲ ବ୍ୟାଙ୍କ ଓ କାନାଡା ବ୍ୟାଙ୍କରୁ ମଧ୍ୟ ପାଇପାରିବେ । ସେପଟେ ପ୍ରତିଟି ଭେଣ୍ଡରଙ୍କୁ ୩ଲକ୍ଷ ପର୍ଯ୍ୟନ୍ତ ଷ୍ଟାମ୍ପ ପେପରର ଅନୁମତି ଥିଲା କିନ୍ତୁ ଏହି ଇ ଷ୍ଟାମ୍ପ ପେପରରେ ସେମିତି କିଛି ବାରଣ ନାହିଁ । ସୁରକ୍ଷା ଦୃଷ୍ଟି କୋଣରୁ ଏହା ବେଶ ସୁରକ୍ଷିତ ବୋଲି ମହାନିବନ୍ଧକ କହିଛନ୍ତି ।

ପୂର୍ବ ବ୍ୟବସ୍ଥାରେ ସବ ରେଜିଷ୍ଟ୍ରାର ଅଫିସ ନିକଟରେ ଭେଣ୍ଡରମାନେ ଷ୍ଟାମ୍ପ ପେପର ବିକ୍ରି କରି ଚଳୁଥିଲେ । ସେମାନେ ୧ପ୍ରତିଶତ ପାଉଥିବାବେଳେ ଏବେ ଇ ଷ୍ଟାମ୍ପିଂରେ ୬ପ୍ରତିଶତ ପାଇବ କମ୍ପାନୀ । ତେଣୁ ଓଡ଼ିଶାର ୪ହଜାର ଷ୍ଟାମ୍ପ ଭେଣ୍ଡର ଏହା ଦ୍ୱାରା ପ୍ରଭାବିତ ହେବେ ବୋଲି ଭେଣ୍ଡର ସଂଘ କହିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ଡିଜିଟାଲ ସେବା କରାଯାଉଛି । ରାଜ୍ୟର ୧୪ଟି ସବ ରେଜିଷ୍ଟ୍ରାର ଅଫିସରେ ଇ ଷ୍ଟାମ୍ପିଂ ସେବା ଆରମ୍ଭ ହୋଇଥିବା ବେଳେ ଏପଟେ ଭେଣ୍ଡରମାନେ ଏହାକୁ ବିରୋଧ କରିଛନ୍ତି ।