ଚର୍ଚ୍ଚାରେ ବାମନ ବିବାହ : କେନ୍ଦ୍ରାପଡା ପତ୍ରକଣା ଗାଁର ସୁଚିତ୍ରାଙ୍କ ହାତ ଧରିଲେ କଣ୍ଟାପଡାର ସୁଜିତ ମଲ୍ଲିକ, ଚାରିଆଡୁ ଛୁଟିଲା ଶୁଭେଚ୍ଛାର ସୁଅ

1,016

କନକ ବ୍ୟୁରୋ : ଭଗବାନଙ୍କ ସୃଷ୍ଟିରେ କେହି ବି ମଣିଷ ବଡ ସାନ, ଧନୀ, ଗରିବ, ଶାରୀରିକ ଭାବେ ସକ୍ଷମ ବା ଅକ୍ଷମ ନଥାନ୍ତି ।  ଏହି ପାର୍ଥକ୍ୟ ତ ଆମ ସମାଜ ଓ ଏଥିରେ ବସବାସ କରୁଥିବା ଲୋକଙ୍କ ସୃଷ୍ଟି । ଆଉ ଏହି ପାର୍ଥକ୍ୟ କାରଣରୁ ବାମନ ହୋଇ ଜନ୍ମ ଲାଭ କରିଥିବା କଣ୍ଟାପଡା ବ୍ଲକର ସୁଜିତ ମଲ୍ଲିକଙ୍କ ବିବାହ ହୋଇ ପାରୁ ନଥିଲା । ହେଲେ ଶେଷରେ ତାଙ୍କୁ ମିଳିଯାଇଛି ତାଙ୍କ ମନଲାଖି ଜୀବନସାଥି ।

ପଡିଲା ହାତଗଣ୍ଠି । ହାତକୁ ଶଂଖା ଓ ମଥାରେ ସିନ୍ଦୁରଦେଇ ସାତ ଜନମର ସାଥୀ ଭାବେ ସୁଚିତ୍ରାଙ୍କୁ ବାଛିଛନ୍ତି ସୁଜିତ । ଦୈବିକ ରୀତିନୀତିରେ ସମ୍ପନ୍ନ ହୋଇଛି ସୁଜିତ ଓ ସୁଚିତ୍ରାଙ୍କ ବାହାଘର । ବ୍ୟାଣ୍ଡ ବାଜା ରୋଷଣୀ ଧରି, ନାଚ ଗୀତ ସହ ବରଯାତ୍ରୀଙ୍କୁ ନେଇ କନିଆ ସୁଚିତ୍ରାଙ୍କୁ ବିବାହ କରିଛନ୍ତି ସୁଜିତ୍ । ନିଜ ଭଳି ସାଥିଟିଏ ପାଇ ବେଶ ଖୁସି ଥିବା କହିଛନ୍ତି ସୁଜିତ୍ ।

କଣ୍ଟାପଡା ବ୍ଲକ ନୂଆଗାଁ ଶାସନ ଗାଁର ସୁଜିତ ମଲ୍ଲିକ ବାମନ ହୋଇଥିବାରୁ ତାଙ୍କ ପାଇଁ ଝିଅଟିଏ ମିଳୁ ନଥିଲା । ହେଲେ ଭଗବାନଙ୍କ କୃପା । ସୁଜିତଙ୍କ ପାଇଁ ଆସିଲା କେନ୍ଦ୍ରାପଡା ଜିଲ୍ଲା ପତ୍ରକଣା ଗାଁର ଜଣେ ବାମନ ଝିଅ ସୁଚିତ୍ରା ନାଥଙ୍କ ବିବାହ ପ୍ରସ୍ତାବ । ଏହାପରେ ଉଭୟ ପରିବାରଙ୍କ ସହମତିରେ ସମ୍ପନ୍ନ ହେଲା ଦୁହିଁଙ୍କ ବିବାହ । ସୁଜିତ୍ ଓ ସୁଚିତ୍ରାଙ୍କ ଭିତରେ ଜାତିଗତ ତାରତମ୍ୟ ଥିଲେ ବି ଏମାନଙ୍କ ବିବାହ କରାଇବାକୁ ନିଷ୍ପତି ନେଲେ ପରିବାର ବର୍ଗ । ସୁଜିତ ଓ ସୁଚିତ୍ରାଙ୍କ ବିବାହ ପରେ ଉଭୟ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଏମାନଙ୍କୁ ଦେଖି ଖାଲି ଏତିକି କୁହାଯାଇ ପାରେ, ‘ରବ ନେ ବନାଦି ଯୋଡି’ ।