କନକ ବ୍ୟୁରୋ : ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ଥିବାବେଳେ ଏବେ ଚୋରା ମଦ କାରବାର ବଢ଼ିଥିବାର ଦେଖିବାକୁ ମିଳିଛି । କିଛି ବେପାରୀ ମଦର କଳାବଜାରୀ କରୁଥିବାବେଳେ ଆଉ କିଛି ନକଲି ମଦକୁ ଅସଲି ମୂଲ୍ୟରେ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ସ୍ଥିତି ଏମିତି ହୋଇଛି ଯେ ଝାଡ଼ଖଣ୍ଡ ସୀମାନ୍ତରୁ ଓଡିଶାକୁ ମଦ ଆସୁଛି । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ସୀମାନ୍ତ ଅଙ୍କୁରପାଲି କାରିଛପାଲରୁ ବିପୁଳ ଦେଶୀ ମଦ ଆସୁଥିବାର ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା ।
ଲକଡାଉନ ପାଇଁ ଜମୁଛି ଚୋରା ମଦ କାରବାର : ସୀମାନ୍ତ ଝାଡ଼ଖଣ୍ଡରୁ ଆସୁଛି ନକଲି ମଦ
/kanak/media/post_attachments/wp-content/uploads/2020/04/EUf_jcyXsAADupe-680x430.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)