କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ନକଲି ସାମଗ୍ରୀର କାରବାର ବଢ଼ିବାରେ ଲାଗିଛି । ସରକାରଙ୍କ କଟକଣା ସତ୍ୱେ କିଛି ଅସାଧୁ ଲାଭଖୋର୍ ବ୍ୟବସାୟୀ ବଜାରରେ ନକଲି ସାମଗ୍ରୀ ବିକ୍ରି କରୁଛନ୍ତି । ଆଉ ନକଲି ବାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ । କେତେବେଳ ନକଲି ତେଲ ତ ଆଉ କେତେବେଳେ ନକଲି ଗୁଟଖା ,ପକଲସି ସିମେଣ୍ଟ ଆଦି ବିକ୍ରି ହେଉଛି ।
କଟକ ବଜାରରେ ମିଳୁଛି ନକଲି ଖାଇବା ତେଲ । ତେଣୁ ତେଲ କିଣିବା ପୂର୍ବରୁ ସାବଧାନତାର ସହ ଏହାକୁ ପରଖି କିଣନ୍ତୁ । କାରଣ ଆପଣ ବି ନକିଲ ତେଲ କିଣି ଠକାମିର ଶିକାର ହୋଇ ପାରନ୍ତି । କଟକ ସଦର ବମ୍ପକୁଦ ନିକଟରେ ନକଲି ତେଲ କାରଖାନା ଠାବ ପରେ ଏହି ଆଶଙ୍କା ପ୍ରକାଶ ପାଇଛି । ଚଢ଼ାଉ ସମୟରେ ଜଣାପଡିଛି କିପରି ରୁଚି ଗୋଲ୍ଡ ଢାଂଚାରେ ଖୁସି ଗୋଲ୍ଡ ନାଁରେ ନକଲି ତେଲ ତିଆରି କରାଯାଇ ବଜାରକୁ ଛଡାଯାଉଛି । ସଦର ପୁଲିସ ଖବର ପାଇ କାରଖାନା ଉପରେ ଚଢାଉ କରିବା ସହ ଅନେକ ନକଲି ଖାଇବା ତେଲ ଜବତ କରିଛି ।
ଏହି ନକଲି ଖାଇବା ତେଲ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯାଉଛି ବୋଲି ସୂଚନା ମିଳିଛି । କେବଳ ଏତିକି ନୁହେଁ ନକଲି ତେଲ ବାହାର ରାଜ୍ୟକୁ ମଧ୍ୟ ପଠାଯାଉଛି । ଏହି ଘଟଣାରେ ପୋଲିସ ଜଖୋଳତାଡ଼ ଆରମ୍ଭ କରିଛି ।