ସାବଧାନ୍ : ବଜାରରେ ବିକ୍ରି ହେଉଛି ଫୁଲ ଝାଡ଼ୁରେ ତିଆରି ନକଲି ଜିରା

1,777

କନକ ବ୍ୟୁରୋ : ବଜାରରେ ବ୍ରିକି ହେଉଛି ନକଲି ଜିରା । ମିଛ ନୁହେଁ ନିରାଟ ସତ କଥା । ପୂର୍ବରୁ ଅନେକ ସାମଗ୍ରୀରେ ଅପମିଶ୍ରଣ କଥା ଶୁଣିଥିବେ, ଏବେ ଜିରା ବି ଏହି ତାଲିକାରେ ସାମିଲ ହୋଇଛି । ଜିରା ସ୍ୱାସ୍ଥ୍ୟ ପାଇଁ ହିତକର । ତରକାରୀ ଠାରୁ ଆରମ୍ଭ କରି ଦେଶୀ ଔଷଧରେ ଜିରା ବ୍ୟବହାର କରାଯାଏ । ତେବେ ବର୍ତ୍ତମାନ ଗୁଣକାରୀ ଜିରା ବି ଅପମିଶ୍ରିତ ଖବର ଆସିବା ପରେ ଜନତା ଚିନ୍ତାରେ । ଦିଲ୍ଲୀ ପୋଲିସ୍ ବବାନାରେ ଏକ ନକଲି ଜିରା କାରଖାନାର ପର୍ଦ୍ଦାଫାସ କରିଛି ।

http://missambivert.com/

ଫୁଲ ଝାଡୁର ଗୁଣ୍ଡ, ଗୁଡ ଶିରା, ଷ୍ଟୋନ ପାଉଡର ମିଶ୍ରଣ କରି ଏହି ନକଲି ଜିରା ପ୍ରସ୍ତୁତ କରାଯାଉଛି । ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ୟୁପି ଏବଂ ଅନ୍ୟ କେତେକ ସହରରେ ବହୁ ମାତ୍ରାରେ ଯୋଗାଣ କରାଯାଥିଲେ । ତେବେ ଏବିଷୟରେ ଜାଣିବା ପରେ ପୋଲିସ୍ ନକଲି ଜିରା କାରଖାନାରେ ଚଢ଼ାଉ କରି ୫ ଜଣଙ୍କୁ ବବାନା ଗିରଫ କରିଛି । ପୋଲିସ ଏହି ଫ୍ୟାକ୍ଟ୍ରିରୁ ୨୦ ହଜାର କିଲୋ ନକଲି ହାଠ ହଜାର କିଲୋ କଞ୍ଚା ମାଲ୍ ଜବତ କରିଛି । ନକଲି ଜିରାକୁ ଅସଲି ଜିରା ସହ ୮୦:୨୦ ଅନୁପାତରେ ମିଶ୍ରଣ କରାଯାଉଥିଲା ଓ ଏହାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଥିଲା । ୟୁପିର ଶାହାଜାହାନପୁରରୁ ଜଲାଲାବାଦ ଯାଏଁ ଏହି ନକଲି ଜିରା ଫ୍ୟାକ୍ଟ୍ରିର ଚେର ଲମ୍ଵିଥିଲା।