ଅନଲାଇନ୍ ଉପଲବ୍ଧ ହେବ ମୋଦି, ଯୋଗୀ କୁର୍ତ୍ତା ଓ ଗୋବରରେ ପ୍ରସ୍ତୁତ ସାବୁନ୍ : ଆମାଜନରେ ବିକ୍ରି କରିବ ଆରଏସଏସ ସମର୍ଥିତ ସଂଗଠନ

49

କନକ ବ୍ୟୁରୋ : ଗୋମୂତ୍ର ଓ ଗୋବରରେ ପ୍ରସ୍ତୁତ ସାମଗ୍ରୀ ଉପରେ ଭରସା କରୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଅକ୍ଟୋବର ମାସରୁ ଆପଣଙ୍କୁ ମିଳିଯିବ ଏହି ସବୁ ସାମଗ୍ରୀ । ସାମଗ୍ରୀ କିଣିବା ପାଇଁ ବଜାରରେ ଅନେକ ବିକଳ୍ପ ମଧ୍ୟ ମିଳିଯିବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ଥୀତ ଏକ ଫାର୍ମାସି ଏପରି କିଛି ପ୍ରାକୃତିକ ପ୍ରସାଧନ ସମାଗ୍ରୀ ଏବଂ ଔଷଧ ପ୍ରସ୍ତୁତି କରି ଆମାଜନରେ ଉପଲବ୍ଧ କରାଇବ । ଏହା ବ୍ୟତୀତ ମୋଦି ଏବଂ ଯୋଗୀ କୁର୍ତ୍ତା ମଧ୍ୟ  ଆମାଜନରେ  ମିଳିବ । ମଥୁରାରେ ଆରଏସଏସ ପରିଚାଳିତ ଦୀନ ଦୟାଲ ଧାମ ପ୍ରାରମ୍ଭିକ ଭାବେ ୩୦ ପ୍ରକାର ସାମଗ୍ରୀ ଅନଲାଇନ୍ ବିକ୍ରି କରିବେ । ଏଥିରେ ବ୍ୟକ୍ତିଗତ ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧୀୟ ଦ୍ରବ୍ୟ ଓ କାମଧେନୁ ଅର୍କ ସାମିଲ ରହିଛି । ଏହା ବ୍ୟତୀତ ଦୀନ ଦୟାଲଧାନ ୧୦ ପ୍ରକାର ପୋଷାକ ମଧ୍ୟ ଅନଲାଇନ୍ ବିକ୍ରି କରିବ ।

ସ୍ଥାନୀୟ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବା ସହ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ହେଉଛି ଏହି ସବୁ ଉତ୍ପାଦକୁ ଅଅନଲାଇନରେ ବିକ୍ରୟ କାରାଯିବାର ଲକ୍ଷ୍ୟ ବୋଲି କହିଛନ୍ତି ଆରଏସଏସର ମୁଖପାତ୍ର ଅରୁଣ କୁମାର କହିଛ । ଯଦି ଅନଲାଇନରେ ବିକ୍ରି ବଢ଼େ ତାହଲେ ଉତ୍ପାଦନ ଏବଂ କର୍ମସଂସ୍ଥାନ ବଢ଼ିବ ।ଏହା ବ୍ୟତୀତ ସେ କହିଛନ୍ତି ପ୍ରତିମାସରେ ଦୀନ ଦୟାଲ ଧାମ ବିକ୍ରୟ କରୁଛି ଲକ୍ଷେ ଟଙ୍କାର ବ୍ୟକ୍ତିଗତ ପ୍ରସାଧନ ଏବଂ ଔଷଧୀୟ ସାମଗ୍ରୀ ଓ ୩ ଲକ୍ଷ ଟଙ୍କର ପୋଷାକ ।

ଗୋମୂତ୍ରରୁ ପ୍ରସ୍ତୁତ କାମଧେନୁ ଅର୍କ, କୁର୍ତ୍ତା ଏବଂ ଅନ୍ୟାନ୍ୟ ଖଦି ଉତ୍ପାଦନ ମଧ୍ୟ ଖୁବ୍ ଶୀଘ୍ର ଆମାଜନରେ ମିଳିବ । କାମଧେନୁ ଅର୍କ ଛଡ଼ା, ଘନବତୀ ନାମକ ଟନିକ୍, ମଧୁନାଶକ ଚୁର, ଶୂଳହାର ତୈଳ, ସାମ୍ପୁ, ଗାଧୁଆ ସାବୁନ, ଫେସ୍ ପ୍ୟାକ୍, ଟୁଥପେଷ୍ଟ୍ ଆଦି ମଧ୍ୟ ମିଳିବ । ଏସବୁ ଗୋମୂତ୍ର ଏବଂ ଗୋମୟ ଆଧାରରେ ପ୍ରସ୍ତୁତ ହୋଇଥିବାରୁ ଏଥିରେ କୌଣସି କୃତ୍ରିମ ରାସାୟନିକ ପଦାର୍ଥ ମିଶିନାହିଁ ।