ସ୍ୱାମୀ ସାଜିଲା ସଇତାନ: ସ୍ତ୍ରୀର ମୁହଁ, ନାକ ଓ ଆଖିରେ ଶକ୍ତଶାଳୀ ଅଠା ଲଗାଇ ଶ୍ୱାସରୁଦ୍ଧ କରି ହତ୍ୟା କଲା

22

କନକ ବ୍ୟୁରୋ : ମଧ୍ୟପ୍ରଦେଶର ଭିଦିସାରେ ଘଟିଛି ଏକ ଜଘନ୍ୟ ଏବଂ ବର୍ବରୋଚିତ ହତ୍ୟାକାଣ୍ଡ ।  ଜନୈକ ମଦ୍ୟପ ସ୍ୱାମୀ ନିଜର ପତ୍ନୀର ମୁହଁ, ନାକ ଓ ଆଖିରେ ଅତ୍ୟନ୍ତ ଶକ୍ତଶାଳୀ ଅଠା ଲଗାଇ ତାକୁ ଶ୍ୱାସରୁଦ୍ଧ କରି ଅତ୍ୟନ୍ତ ଜଘନ୍ୟ ଏବଂ ବର୍ବୋରୋଚିତ ଭାବେ ହତ୍ୟା କରିଛି । ଏହି ଘଟଣା ଘଟିଛି ଗତ ଶୁକ୍ରବାର ଦିନ ଭିଦିସାର ରାଜପୁତ୍‌ କଲୋନି ଅଞ୍ଚଳରେ । ‘ଅଭିଯୁକ୍ତ ହଲ୍‌କିରାମ ନିଜ ନିଜ ପତ୍ନୀ ଦୁର୍ଗା ବାଈର ଆଖି, ନାକ ଓ ପାଟିରେ ଭଙ୍ଗା ପ୍ଲାଷ୍ଟକ୍‌, କାଠ ଇତ୍ୟାଦିକୁ ଯୋଡ଼ିବା ପାଇଁ ବ୍ୟବହାର କରାଯାଉଥିବା  ଏକ ଅତ୍ୟନ୍ତ ଶକ୍ତଶଳୀ ଅଠାକୁ ଲଗାଇ ତାକୁ ଅତ୍ୟନ୍ତ ବର୍ବୋରୋଚିତ ଭାବେ ହତ୍ୟା କରିଛି’, ବୋଲି ଗଣମାଧ୍ୟମକୁ କହିଛନ୍ତି କୋଟଓ୍ଵାଲି ଥାନା ଅଧିକାରୀ ଆର୍‌ ଏନ୍‌ ଶର୍ମା ।

ଏହି ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ହଲକିରାମ୍‌ ଘରେ ଥିବା ନିଜର ଦୁଇ ନାବାଳକ ପୁତ୍ରଙ୍କୁ ବାହାରକୁ ଖେଳିବା ପାଇଁ ପଠାଇ ଦେଇଥିଲା । ଏବଂ ଏହାପରେ ପତ୍ନୀ ଦୁର୍ଗା ଆଖି, ନାକ ଓ ପାଟିରେ ଅଠା ଲଗାଇ ତାକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ପରେ, ସନ୍ଧ୍ୟାରେ ୧୫ ବର୍ଷ ବୟସ୍କ ବଡ଼ ପୁଅ ଘରକୁ ଫେରିବା ପରେ ମା’କୁ ତଳେ ନିଶ୍ଚଳ ହୋଇ ପଡ଼ିଥିବା ଦେଖିବା ପରେ ଘଟଣା ସଂପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲା ।
ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତ ଦୁର୍ଗା ବାଈଙ୍କ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ବଡ଼ପୁଅ ପୁଲିସ୍‌କୁ ସୂଚନା ଦେଇ କହିଥିଲା ଯେ ତା’ର ବାପା ହଲକିରାମ ହେଉଛି ଜଣେ ମଦ୍ୟପ । ପ୍ରତି ରାତିରେ ସେ ମଦ୍ୟପାନ କରି ଘରକୁ ଫେରିବା ପରେ ତା’ ମା’କୁ ମାରଧର କରିଥାଏ । ପୂର୍ବରୁ ଥରେ ମଧ୍ୟ ତା’ ମା’କୁ ହତ୍ୟା କରିବା ପାଇଁ ହଲକିରାମ ଉଦ୍ଦ୍ୟମ କରିଥିଲା । ତେଣୁ, ଆଜି ତାକୁ ଓ ତା’ ଭାଇକୁ ଖେଳିବାକୁ ବାହାରକୁ ପଠାଇଦେଇ ହଲକିରାମ ତା’ ମା’କୁ ହତ୍ୟା କରିଛି ବୋଲି ସେ ପୁଲିସ୍‌କୁ କହିଥିଲା । ତେବେ, ଦୁର୍ଗାକୁ ହତ୍ୟା କରିବା ପରେ ହଲକିରାମ ଫେରାର ହୋଇ ଯାଇଥିବାରୁ ପୁଲିସ୍‌ ତାକୁ ଗିିରଫ କରିବାରେ ସମର୍ଥ ହୋଇପାରି ନାହିଁ ।