ଗାଁ ଭିତରେ ଜେଲ୍‌ ! ମଦ୍ୟପାନ କଲେ ଜେଲଦଣ୍ଡ ସାଙ୍ଗକୁ ଜୋରିମାନା, ଜାଣନ୍ତୁ କେଉଁଠି ହୋଇଛି ଏପରି ନିୟମ ?

Advertisment
ଗାଁ ଭିତରେ ଜେଲ୍‌ ! ମଦ୍ୟପାନ କଲେ ଜେଲଦଣ୍ଡ ସାଙ୍ଗକୁ ଜୋରିମାନା, ଜାଣନ୍ତୁ କେଉଁଠି ହୋଇଛି ଏପରି ନିୟମ ?

https://timesofindia.indiatimes.com/

କନକ ବ୍ୟୁରୋ : ଗୁଜୁରାଟର ଅହମ୍ମଦାବାଦସ୍ଥିତ ମୋତିପୁରା ଗ୍ରାମରେ ଦେଖିବାକୁ ମିଳୁଛି ଏକ ନିଆରା କଥା। ଗ୍ରାମବାସୀମାନେ ମିଳିମିଶି ଏକ ସ୍ୱତନ୍ତ୍ର ଜେଲ୍‌ ତିଆରି କରିଛନ୍ତି। ଗାଁର ଯେଉଁମାନେ ମଦ୍ୟପାନ କରୁଛନ୍ତି ସେମାନଙ୍କୁ ସେହି ଜେଲ୍‌ ଭିତରେ ରଖାଯାଉଛି। କେବଳ ସେତିକି ନୁହେଁ, ଥରେ ମଦ୍ୟପାନ କଲେ ୧୨୦୦ ଟଙ୍କା ଜରିମାନା ବି ଦେବାକୁ ପଡୁଛି। ସେହି ଟଙ୍କା ସବୁକୁ ଗ୍ରାମର ବିକାଶମୂଳକ କାର୍ଯ୍ୟରେ ଲଗାଯାଉଛି।

‘ମୋତିପୁରା ଜେଲ୍‌’ ନାମରେ ଏହା ପ୍ରସିଦ୍ଧ ହେବାରେ ଲାଗିଛି । ଜେଲ୍‌ରେ ଚକା ଲଗାଯାଇଛି । ଅପରାଧୀଙ୍କୁ ସେଠାରେ ରଖାଯିବା ପରେ ଜେଲ୍‌କୁ ଗାଁ ବାହରକୁ ନିଆଯାଉଛି । ସେଠାରେ ଲୋକମାନଙ୍କୁ ପୂରା ଜେଲ୍‌ରେ ରଖିବା ପରି ରଖାଯାଉଛି । ଖାଦ୍ୟପେୟରୁ ନେଇ ଜେଲ୍‌ ପରି ସମସ୍ତ କଟକଣାକୁ ମାନୁଛନ୍ତି ଅପରାଧୀମାନେ ।

ଏହି ଗ୍ରାମରେ ପ୍ରାୟ ୩,୫୦୦ ଗ୍ରାମବାସୀ ବସବାସ କରନ୍ତି। ଗ୍ରାମର ପ୍ରାୟ ୧୫୦ ଜଣ ଲୋକଙ୍କର ମଦପାନ ହେତୁ ଜୀବନ ଯିବା ପରେ ଗ୍ରାମବାସୀ ଏପରି ଅଭିନବ ଉପାୟ ଚିନ୍ତା କରିଛନ୍ତି । ଗ୍ରାମରେ ମଦ୍ୟପାନ ହେତୁ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିବା ପରେ ଗାଁର ବୟୌଜ୍ୟୋଷ୍ଠ ଲୋକମାନେ ‘ମୋତିପୁରା ଜେଲ୍‌’ କଥା ଚିନ୍ତା କଲେ । ତେବେ, ଏହି ଜେଲ୍‌ ସମସ୍ତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗଠନ କରାଯାଇଛି। ଏହା ଦ୍ୱାରା ଗାଁରେ ମଦ୍ୟପଙ୍କ ସଂଖ୍ୟା ମଧ୍ୟ କମୁଥିବାର ଲକ୍ଷ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe