ଅନୁଗୋଳ : ମାଧପୁର ଗ୍ରାମରେ ଅଘଟଣ, ପୋଖରୀରେ ବୁଡି ଦିବ୍ୟାଙ୍ଗ ମୃତ

Advertisment
ଅନୁଗୋଳ : ମାଧପୁର ଗ୍ରାମରେ ଅଘଟଣ, ପୋଖରୀରେ ବୁଡି ଦିବ୍ୟାଙ୍ଗ ମୃତ

image courtesy- http://www.reportghananews.com/

କନକ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ମାଧପୁର ଗ୍ରାମରେ ଅଘଟଣ । ପୋଖରୀରେ ବୁଡି ଜଣେ ଦିବ୍ୟାଙ୍ଗ ମୃତ୍ୟୁବରଣ କରିଛନ୍ତି । ମୃତ ଜଣକ ହେଲେ ମାଧଧପୁର ଗ୍ରାମର ଦେବାର୍ଚ୍ଚନ ସେଠୀ  । ଦେବାର୍ଚ୍ଚନ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଶାରିରୀକ ଅକ୍ଷମତା କାରଣରୁ ସେ ପାଣିରୁ ଉଠିପାରିନଥିଲେ । ଏବଂ ଦେବାର୍ଚ୍ଚନ ପାଣିରେ ବୁଡ଼ି ଯାଇଥିଲେ । ତେବେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ମାଧପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆଠମଲ୍ଲିକ ପୋଲିସ୍ ପହଂଚି ଘଟଣାର  ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe