ବର୍ଷା ଅଭାବରୁ ଗୋପରେ ଗଜା ମରୁଡି ଆଶଙ୍କା । ଖରା ଯୋଗୁଁ ଚାଷ ଜମି ଫାଟି ଆଁ କଲାଣି । ପୋଡି ଗଲାଣି ତଳି । ଚିନ୍ତାରେ ଚାଷୀ । 

Advertisment
ବର୍ଷା ଅଭାବରୁ ଗୋପରେ ଗଜା ମରୁଡି ଆଶଙ୍କା । ଖରା ଯୋଗୁଁ ଚାଷ ଜମି ଫାଟି ଆଁ କଲାଣି । ପୋଡି ଗଲାଣି ତଳି । ଚିନ୍ତାରେ ଚାଷୀ । 

କନକ ବ୍ୟୁରୋ : ଚାଷୀଙ୍କ ପିଚ୍ଛା ଛାଡୁନି ସମସ୍ୟା । ଆଷାଢରେ ବି ବର୍ଷାର ଦେଖାନାହିଁ  ଫଳରେ ଗଜା ମରୁଡି ଆଶଙ୍କା ଦେଖାଦେଇଛି । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ପୁରୀର ଗୋପ ବ୍ଲକରେ ।  ବର୍ଷାର ଅଭାବ ଯୋଗୁଁ  ଗୋପ ବ୍ଲକର  ପ୍ରାୟ ୨୦ ହଜାର  ହେକ୍ଟର ଚାଷଜମିରେ  ଧାନ ଫସଲ ହେବା ନେଇ  ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।

କେତେକ ସ୍ଥାନରେ  ଚାଷୀ ଗାଡିଆ ପୋଖରୀ ପାଣିରେ  ତଳି କିଆରି ପ୍ରସ୍ତୁତ କରିଥିବାବେଳେ  ଅନେକ ସ୍ଥାନରେ ଲିଫ୍ଟ ଇରିଗେସନ  ଯୋଜନା ଫେଲ ମାରିଥିବା  ଅଭିଯୋଗ ହୋଇଛି । ଆଷାଢ ମାସରେ  ବର୍ଷାର ଦେଖାନାହିଁ । ପ୍ରବଳ ଖରାଯୋଗୁଁ  ଚାଷ ଜମି ଫାଟି ଆଁ କଲାଣି । ତଳି ପୋଡି ଗଲାଣି । ଟିକେ  ବଡ ହୋଇଯାଇଥିବା ଧାନଗଛଗୁଡିକ ବି ଜଳିଗଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe