କନକ ବ୍ୟୁରୋ : ଚାଷୀଙ୍କ ପିଚ୍ଛା ଛାଡୁନି ସମସ୍ୟା । ଆଷାଢରେ ବି ବର୍ଷାର ଦେଖାନାହିଁ ଫଳରେ ଗଜା ମରୁଡି ଆଶଙ୍କା ଦେଖାଦେଇଛି । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ପୁରୀର ଗୋପ ବ୍ଲକରେ । ବର୍ଷାର ଅଭାବ ଯୋଗୁଁ ଗୋପ ବ୍ଲକର ପ୍ରାୟ ୨୦ ହଜାର ହେକ୍ଟର ଚାଷଜମିରେ ଧାନ ଫସଲ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ ।
କେତେକ ସ୍ଥାନରେ ଚାଷୀ ଗାଡିଆ ପୋଖରୀ ପାଣିରେ ତଳି କିଆରି ପ୍ରସ୍ତୁତ କରିଥିବାବେଳେ ଅନେକ ସ୍ଥାନରେ ଲିଫ୍ଟ ଇରିଗେସନ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି । ଆଷାଢ ମାସରେ ବର୍ଷାର ଦେଖାନାହିଁ । ପ୍ରବଳ ଖରାଯୋଗୁଁ ଚାଷ ଜମି ଫାଟି ଆଁ କଲାଣି । ତଳି ପୋଡି ଗଲାଣି । ଟିକେ ବଡ ହୋଇଯାଇଥିବା ଧାନଗଛଗୁଡିକ ବି ଜଳିଗଲାଣି ।