କନକ ବ୍ୟୁରୋ : ସଂକ୍ରମଣ ରୋକିପାରିବନି ମଦ୍ୟପାନ । କରୋନାରୁ ବଞ୍ଚିବା ପାଇଁ ମଦ୍ୟପାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଶରୀରର ପ୍ରତିରୋଧକାରୀ ଶକ୍ତି କମିଯିବ । ବାରମ୍ବାର ମଧ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କରୋନାରୁ ରକ୍ଷା ପାଇବା ପାଇଁ ସରକାର ସାମାଜିକ ଗୁରୁତ୍ୱକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି ପରିପେକ୍ଷୀରେ ଘର ଭିତରେ ରହି, ହାଲୁକା ବ୍ୟାୟାମ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Advertisment

ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଭାଇରସରୁ ବଞ୍ଚିବା ପାଇଁ ବିଭିନ୍ନ ଗୁଜବ ପ୍ରଚାର ହେଉଛି । ଗୁଜବକୁ ବିଶ୍ୱାସ ନକରି ସଚେତନ ହେବାକୁ ରାଜ୍ୟ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି । ତେବେ କିଛି ଲୋକ କରୋନାରୁ ରକ୍ଷା ପାଇବା ପାଇଁ ମଧ୍ୟପାନ କରୁଥିବାର ଖବର ଆସୁଛି । ଏପରିସ୍ଥଳେ ଗୁଜବରୁ ଦୂରେଇ ରହି ସୁସ୍ଥ ରହିବା ପାଇଁ ପରାମର୍ଶ ଦିଆଯାଇଛି ।