ରାୟଗଡ଼ାରେ ବିଷାକ୍ତ ମଦ ପିଇ ଜଣେ ମୃତ, ଦୁଇ ଗୁରୁତର

Advertisment
ରାୟଗଡ଼ାରେ ବିଷାକ୍ତ ମଦ ପିଇ ଜଣେ ମୃତ, ଦୁଇ ଗୁରୁତର

https://www.mandihalchal.com/

କନକ ବ୍ୟୁରୋ : ରାୟଗଡ଼ାରେ ବିଷାକ୍ତ ମଦ ପିଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ବିଷାକ୍ତ ମଦ ଖାଇ ମୃତ ହୋଇଥିବା ବ୍ୟକ୍ତିଙ୍କ ନାମ ଧନ ଫୁଲ ହୁଇକା (୬୨) ସେ କଲ୍ୟାଣସିଂହପୁର ବ୍ଲକ ଡାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗାଁର ବୋଲି ଜଣାପଡ଼ିଛି ।
ବିଷାକ୍ତ ମଦ ପିଇ ଗୁରୁତର ହୋଇଥିବା ଦୁଇଜଣ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୁଲୁମୁହିଁ ଗ୍ରାମର ବିଶ୍ୱନାଥ ବାନ୍ଧାଲାକା ଓ ବଳରାମ ବାନ୍ଧାଲାକା । ଦୁଇ ଗୁରୁତରଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ମଦ ବିଭୀଷିକା ଲେଉଟିବା  ଘଟଣାର ତଦନ୍ତ ପାଇଁ ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଗାଁରେ ପହଞ୍ଚିଛନ୍ତି। ଧନ ଫୁଲ ହୁଇକାଙ୍କ ମୃତ୍ୟୁ ପରେ ପରିବାର ଲୋକ ଶବ ପୋଡି ଦେଇଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe