ବ୍ୟାନ୍ ସତ୍ୱେ ବେଆଇନ୍ ଭାବେ ଭାରତକୁ ଆସୁଛି ଚାଇନା ବାଣ : ସରକାରଙ୍କୁ ଚେତାଇଲା DRI

686
କନକ ବ୍ୟୁରୋ : ଆରମ୍ଭ ହୋଇସାରିଛି ପାର୍ବଣ ଋତୁ । ମା’ ଦୁର୍ଗାଙ୍କ ଆଗମନ ପରେ ଧରାପୃଷ୍ଠରେ ବିରାଜିବେ ମା’ ଲକ୍ଷ୍ମୀ ଆଉ ତା’ପରେ ମା’ କାଳୀ ।  ଆଲୋକର ପର୍ବ ଦୀପାବଳୀ ପାଇଁ ଏବେଠାରୁ ଦେଶର ବିଭିନ୍ନ ଅଞ୍ଚଳରେ ଜୋରସୋରରେ ବାଣ ତିଆରି ଚାଲିଛି । ଅନ୍ୟପଟେ ଦୀପାଳବୀକୁ ଆହୁରି ମାସେ ସମୟ ଥିବା ବେଳେ ଭାରତ ବଜାରକୁ ପ୍ରବେଶ କଲାଣି ଚାଇନା ବାଣ ।
କଟକଣା ସତ୍ୱେ ଭାରତକୁ ଆମଦାନୀ ହେଉଛି ଚାଇନା ବାଣ । ଭାରତର ଡାଇରେକ୍ଟର ଅଫ୍ ରେଭନ୍ୟେୁ ଇଣ୍ଟେଲିଜେନ୍ସ ( DRI)ସୂଚନା ଅନୁସାରେ, ବିପୁଳ ମାତ୍ରାର ଚାଇନା ବାଣ ଭାରତ ଆସୁଛି । ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବୈଦେଶିକ ବାଣିଜ୍ୟ ଚୁକ୍ତିରେ ଏପରି ବାଣ ଉପରେ ରୋକ ଲଗାଯାରିଛି । ତଥାପି ବେଆଇନ୍ ଭାବେ ଚୀନରୁ ଭାରତକୁ ବାଣ ଆମଦାନୀ ହେଉଛି । ଆଗକୁ ଦୀପାବଳୀ ଥିବାରୁ ଭାରତକୁ ବାଣ ପଠାଉଛନ୍ତି ଚାଇନା ବାଣ ବ୍ୟବସାୟୀ । ବାର୍ଷିକ ଆୟ ଲକ୍ଷ୍ୟକୁ ପୂରା କରିବା ପାଇଁ ଭାରକୁ ବାଣ ପଠାଉଥିବା କହିଛନ୍ତି ଚାଇନା ଡିଲର୍ । ତେବେ ଏଥିପାଇଁ କଡ଼ା ନଜର ରଖିବାକୁ ସରକାରଙ୍କୁ ସଚେତନ କରିଛି DRI ।
ଚାଇନା ବାଣ କେବଳ ପରିବେଶ ପାଇ ନୁହେଁ, ଭାରତର ବିସ୍ଫୋରକ ପଦାର୍ଥ ଅଧିନୟମ ୨୦୦୮କୁ ମଧ୍ୟ ଉଲ୍ଲଂଘନ କରୁଛି । କାରଣ ଚାଇନା କମ୍ପାନୀ ଗୁଡ଼ିକ ବାଣ ତିଆରି କରବା ପାଇଁ ବିଭିନ୍ନ ପ୍ରକାର କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର କରିଥାଆନ୍ତି । ଚାଇନାରେ  ରେଡ଼୍ ଲେଡ଼୍, କପର ଡାଇଅକ୍ସାଇଡ଼୍ ଓ ଲିଥିୟମ ପରି ଭୟଙ୍କର ପଦାର୍ଥରେ ପ୍ରୟୋଗ କରିଥାଆନ୍ତି । ପରିବେଶ ପ୍ରଦୂଷଣ ସହ ଶରୀର ପାଇଁ ମଧ୍ୟ ଚାଇନା ବାଣ କ୍ଷତିକାର ।