ଅଭିଜିତଙ୍କ ଦେଶୀ ଅବତାର : ଧୋତି ଓ ପଞ୍ଜାବୀ ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ 

Advertisment
ଅଭିଜିତଙ୍କ ଦେଶୀ ଅବତାର : ଧୋତି ଓ ପଞ୍ଜାବୀ ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ 

କନକ ବ୍ୟୁରୋ : ଦେଶୀ ଅବତାରରେ ଅଭିଜିତ୍ ବାନାର୍ଜୀ । ନାବେଲ୍ ଷ୍ଟେଜରେ ଦେଖିବାକୁ ମିଳିଲା ଦେଶୀ ଅନ୍ଦାଜ୍ । ଧୋତି ଓ ପଞ୍ଜାବୀ ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କରିବା ପାଇଁ ପହଞ୍ଚିିଲେ ଭାରତୀୟ ବଂଶଦ୍ଦୋଭ ଅଭିଜିତ ବାନାର୍ଜୀ । ସ୍ୱିଡ଼େନର ଷ୍ଟକହମ କନସର୍ଟ ହଲରେ ଅର୍ଥଶାସ୍ତ୍ରରେ ନିଜର ଗବଷଣା ପାଇଁ ପୁରସ୍କାର ଗ୍ରହଣ କରିବାକୁ ଏପରି ଦେଶୀ ଅନ୍ଦାଜରେ ପଞ୍ଚିଥିଲେ ଅଭିଜିତ । କେବଳ ଏତିକି ନୁହେଁ ତାଙ୍କ ସ୍ତ୍ରୀ ଏସ୍ଥର ଡୁଫ୍ଲୋ ଶାଢ଼ୀ ପରିଧାନ କରିଥିଲେ ।

ଅଭିଜିତ୍ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଗଲା । ପତ୍ନୀ ଏସ୍ଥର ଡୁଫ୍ଲୋ, ଆମେରିକାର ମାଇକେଲ କ୍ରମାରଙ୍କ ସହ ସଂଯୁକ୍ତ ଭାବେ ଅଭିଜିତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବିଶ୍ବରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏମାନଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ଉଦ୍ଦେଶ୍ୟରେ ସେମାନଙ୍କୁ ନୋବେଲ ପ୍ରଦାନ କରାଯାଇଛି ।

୫୮ ବର୍ଷୀୟ ଅଭିଜିତ୍ ବାନାର୍ଜୀ ୧୯୬୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ବେଳେ କୋଲକାତା ବିଶ୍ବବିଦ୍ୟାଳୟ ଓ ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରୁ ଉଚ୍ଚ ଶିକ୍ଷାଲାଭ କରିଥିଲେ।  ସେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ୧୯୮୮ ମସିହାରେ ପିଏଚ୍ଡି ପାଇଥିଲେ। ଅଭିଜିତ୍ ବାନାର୍ଜୀ ଅବ୍ଦୁଲ ଲତିଫ୍ ଜମୀଲ ପଭର୍ଟି ଆକ୍ସନ୍ ଲ୍ୟାବର ସହ-ସଂସ୍ଥାପକ। ସେ କୋଲ୍କାତାରେ ସ୍କୁଲ ଓ କଲେଜ ଅଧ୍ୟୟନ ଶେଷ କରି ଦିଲ୍ଲୀର ଜେଏନ୍ୟୁରେ ଅର୍ଥନୀତିରେ ସ୍ନାତକୋତ୍ତର କରିଥିଲେ। ଚାରି ବର୍ଷ ହେବ ବିବାହ କରିଥିବା ଅଭିଜିତ୍ ବାନାର୍ଜୀ ଓ ଡ୍ୟୁଫ୍ଲୋ ମାସାଚ୍ୟୁସେଟ୍ସ୍ ଇନଷ୍ଟିଟ୍ୟୁଟର ଅଫ୍ ଟେକ୍ନୋଲଜି (ଏମ୍ଆଇଟି), କେମ୍ବ୍ରିଜ୍, ଏମ୍ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କାମ କରୁଛନ୍ତି।

ପ୍ରଫେସର ଅଭିଜିତ୍ ବାନାର୍ଜୀ ବର୍ତ୍ତମାନ ମାସାଚୁସେଟ୍ସ ଇନଷ୍ଟିଟ୍ୟୁଟର ଅଫ୍ ଟେକ୍ନୋଲୋଜିରେ ଫୋର୍ଡ ଫାଉଣ୍ଡେସନ ପ୍ରଫେସର ଭାବେ କାର୍ୟ୍ୟ କରୁଛନ୍ତି। ୨୦୦୩ରେ ପ୍ରଫେସର ବାନାର୍ଜୀ ପ୍ରଫେସର ଡୁଫ୍ଲୋ ଏବଂ ସେନ୍ଧିଲ ସେନ୍ଧିଲ ମୁଲାଏନ୍ଥାନଙ୍କ ସହ ‘ଅବ୍ଦୁଲ ଲତିଫ୍ ଜାମିଲ୍ ପର୍ଭଟି ଆକ୍ସନ୍ ଲ୍ୟାବ୍’ ଗଠନ କରି ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଜାତିସଂଘ ମହାସଚିବଙ୍କ ଉଚ୍ଚସ୍ତରୀୟ ପ୍ୟାନେଲର ‘ପୋଷ୍ଟ-୨୦୧୫ ଡେଭ୍ଲପମେଣ୍ଟ ଏଜେଣ୍ଡା’ରେ ମଧ୍ୟ କାମକରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe