କନକ ବ୍ୟୁରୋ : ମାଲକାନଗିରିର କୁଖ୍ୟାତ ମାଓବାଦୀ ଗିରଫ । ପୂର୍ବତନ ଜିଲ୍ଲାପାଳ ଭିନିଲ ଭିନିଲକ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଖଳନାୟକ ଦାମୋଦର ଓରଫ ବାଲେମ ନାରାୟଣ ସ୍ୱାମୀ ଏବଂ ତାଙ୍କ ପତ୍ନୀ ଫୁଲବତୀ ଗିରଫ କରିଛି ଆନ୍ଧ୍ର ପୋଲିସ । ଦାମୋଦର ମାଲେରିଆ ଜ୍ୱରରେ ପୀଡିତ ଥିବାବେଳେ ଆନ୍ଧ୍ର ଗୁଡେମ ଥାନା ଅନ୍ତର୍ଗତ ଆଦିରି ବିଡି ଗାଁରେ ଚିକିତ୍ସିତ ହେଉଥିଲେ । ତେବେ ଗୁଇନ୍ଦା ତଥ୍ୟକୁ ଆଧାର କରି ଦାମୋଦର ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଆନ୍ଧ୍ର ପୋଲିସ ।
ପ୍ରାୟ ୨୦ ବର୍ଷ ଧରି ଦାମୋଦର ମାଲକାନଗିରି ଜିଲ୍ଲାରେ ତାର ଆଧିପତ୍ୟ ବିସ୍ତାର କରିଥିବାବେଳେ ମାଲକାନଗିରି ଜିଲ୍ଲାର ମାଓବାଦୀ ଡିଭିଜନ କମିଟି ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ । ୨୦୦୮ ଚିତ୍ରକୋଣ୍ଡା ଜଳଭଣ୍ଡାର ସ୍ଥିତ ଆଲମପାକା ଲଂଚ ଆକ୍ରମଣରେ ୩୫ଜଣଙ୍କୁ ହତ୍ୟା, ୨୦୧୨ ବିଏସ୍ଏଫ୍ କମାଣ୍ଟାଂଟଙ୍କୁ ଆକ୍ରମଣ କରି ହତ୍ୟା, ୨୦୦୮ କାଲିମେଳା ତେଲରାଇ ଆକ୍ରମଣରେ ୧୬ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା ଭଳି ବହୁ ଜଘନ୍ୟ ଅପରାଧରେ ଜଡିତ ଥିଲା ଦାମୋଦର ।
ପୋଲିସର ମୋଷ୍ଟ ୱାଂଟେଡ ତାଲିକାରେ ଥିଲା ଦାମୋଦର । ତା ନାଁରେ କେବଳ ଓଡିଶାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦାମୋଦର ଓ ତାଙ୍କ ପତ୍ନୀ ସ୍ୱାଭିମାନ ଅଂଚଳରେ ଆତଙ୍କ ଖେଳାଇଥିବାବେଳେ ଏହି ଦୁର୍ଦାନ୍ତ ମାଓ ଦମ୍ପତିଙ୍କ ଗିରଫ ପରେ ମାଲକାନଗିରି ପୋଲିସ ଉଭୟଙ୍କୁ ପଚରା ଉଚୁରା କରିବେ ବୋଲି ଜଣା ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/MAO2.jpg)
/kanak/media/post_attachments/wp-content/uploads/2020/01/MAO-300x169.jpg)
/kanak/media/post_attachments/wp-content/uploads/2020/01/IMG-20200109-WA0013-288x300.jpg)