ମୋତେ କରନ୍ତୁ ରାଷ୍ଟ୍ରପତି, ଦେଶର କଲ୍ୟାଣ ହେବ !କହିଲେ, ବଲିଉଡ଼ର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ

ମୋତେ କରନ୍ତୁ ରାଷ୍ଟ୍ରପତି, ଦେଶର କଲ୍ୟାଣ ହେବ !କହିଲେ, ବଲିଉଡ଼ର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ

photo courtesy https://d1u4oo4rb13yy8.cloudfront.net

ରାକ୍ଷୀ ସାୱନ୍ତଙ୍କୁ ବିନା କାରଣରେ ଡ୍ରାମା କୁଇନ କୁହାଯାଏ ନାହିଁ । ଏଥିପାଇଁ ସେ ସମୟ ସମୟରେ କିଛି କିଛି ଏପରି ଓଲଟାସିଧା କାମ କରନ୍ତି ଯଦ୍ୱାରା ସେ ଲାଇମ୍ ଲାଇଟରେ ଆସିଯାଆନ୍ତି । ଏବେ ରାକ୍ଷୀ ପୁଣି ଥରେ ନିଜ ଆଡ଼କୁ ଧ୍ୟାନ ଆକର୍ଷିତ କରିବା ପାଇଁ ଏପରି କିଛି ନୂତନ ଇଚ୍ଛା ପ୍ରକାଶ କରିଛନ୍ତି । ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରକୃତକଥା ହେଲା ଯୋଗ ଦିବସରେ ଅନ୍ୟ ସିନେ ତାରକାଙ୍କ ପରି ରାକ୍ଷୀ ସାୱନ୍ତ ମଧ୍ୟ ଯୋଗ ଗୁରୁ ମନଦୀପଙ୍କ ପାଖରେ ଯୋଗ କରିବା ପାଇଁ ପହଞ୍ଚିଥିଲେ । ସେଠାରେ ରାକ୍ଷୀଙ୍କୁ ପ୍ରଶ୍ନ କରାଯାଇଥିଲା କି ରାଷ୍ଟ୍ରପତି ଦୌଡ଼ରେ ଯଦି କୌଣସିି ସିନେ ତାରକାଙ୍କ ନାମ ନିଆଯାଏ, ତେବେ କେଉଁ ନାମ ଏହି ପଦ ପାଇଁ ଯୋଗ୍ୟ ହେବ?

ରାଷ୍ଟ୍ରପତି ହେବା ପ୍ରଶ୍ନର ଏହି ଉତ୍ତରରେ ରାକ୍ଷୀ ସାୱନ୍ତ କହିଛନ୍ତି, ମୋତେ ଲାଗୁନି ବଲିଉଡ଼ର କୌଣସି ତାରକାଙ୍କ ପାଖରେ ଏପରି କିଛି ଯୋଗ୍ୟତା ଅଛି ଯିଏ ରାଷ୍ଟ୍ରପତି ହୋଇପାରିବେ । ଯିଏ ଏହି ପଦ ପାଇଁ ଯୋଗ୍ୟ ସେ ହିଁ ରାଷ୍ଟ୍ରପତି ହୁଅନ୍ତୁ । ଯଦି କାହା ପାଖରେ ସମୟ ନାହିଁ ତେବେ ମୋତେ ହିଁ ରାଷ୍ଟ୍ରପତି କରିଦିଅନ୍ତୁ, ଦେଶର କଲ୍ୟାଣ ହେବ ।

ତେବେ ରାକ୍ଷୀଙ୍କ ଏହି ବୟାନ ଉପରେ କେହି ଗରୁତ୍ୱ ଦିଅନ୍ତୁ ନାହିଁ କାରଣ ଏହା ପ୍ରଥମ ଥର ନୁହଁ ଯେବେ ସେ ନିଜର ଏପରି ଓଲଟା ପାଲଟା ବୟାନ ଦେଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଚାହିଁଛନ୍ତି । କେତେବେଳେ ନିଜର ବୋଲ୍ଡ ଫଟୋ ଅପଲୋଡ଼ କରି ତ କେତେବେଳେ କିଛି ଆପତ୍ତିଜନକ ବୟାନ ଦେଇ ସେ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଚାହାନ୍ତି । ତେଣୁ ଏପରି ବୟାନ ଦେବା ତାଙ୍କ ପାଇଁ କିଛି ନୂଆ କଥା ନୁହଁ ।

                                      ସୌଜନ୍ୟ - ଅମାରଉଜାଲା

ଏହାସହ ପଢ଼ନ୍ତୁ – ଆସିବ ‘ମିଷ୍ଟର ଇଣ୍ଡିଆ’ ସିନେମାର ସିକ୍ୱେଲ ! ପୁଣି ଥରେ ଏକାଠି ନଜର ଆସିବ ଶ୍ରୀଦେବୀ ଓ ଅନୀଲ୍ କପୁରଙ୍କ ଯୋଡି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe