ବିପଦରେ ପୁରୀର ସ୍ୱର୍ଣ୍ଣିମ ବେଳାଭୂମିର ଶୋଭାରାଜି : ସମୁଦ୍ରର ନୀଳ ଜଳରାଶିରେ ମିଶୁଛି ଡ୍ରେନର ଆବର୍ଜନା ପାଣି

128

କନକ ବ୍ୟୁରୋ : ଭାରତର ଚାରିଧାମରୁ ପୁରୀ ଅନ୍ୟତମ । ଜଗନ୍ନାଥଙ୍କ ମହିମାରେ ଆକର୍ଷିତ ହୋଇ ପ୍ରତିଦିନ ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଦେଶବିଦେଶରୁ ଆସନ୍ତି । ଦୁଇଟି କାରଣ ପାଇଁ ପୁରୀକୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟେ । ପ୍ରଥମଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏବଂ ଦ୍ବିତୀୟରେ ଆକର୍ଷଣୀୟ ସ୍ବର୍ଣ୍ଣିମ ବେଳାଭୂମି । ଶ୍ରୀକ୍ଷେତ୍ରରେ ପାଦ ଥାପିବା ପରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ ମହାପ୍ରଭୁଙ୍କ ଦର୍ଶନଲାଭ ପରେ ଛୁଟିଯାଆନ୍ତି ବେଳାଭୂମିର ନୈସର୍ଗିକ ଶୋଭାରାଜି ଉପଭୋଗ କରିବାକୁ ।

ହେଲେ ସମୁଦ୍ରର ନୀଳ ଜଳରାଶିରେ ବର୍ଷା ଓ ଡ୍ରେନର ଆବର୍ଜନା ପାଣି ମିଶିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କଲାଣି । ବେଳାଭୂମି ସୁରକ୍ଷା ନାଁରେ ଫି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର ପୁରୀ ସ୍ବର୍ଣ୍ଣିମ ବେଳାଭୂମି ସୁରକ୍ଷିତ ରହିବା ବଦଳରେ କିଭଳି ଧ୍ବଂସ ଓ ପ୍ରଦୂଷିତ ହୋଇଚାଲିଛି ତାହା ଅସରାଏ ବର୍ଷାରୁ ଜଳଜଳ ଦିଶୁଛି ।

ଦିଗବାରେଣୀରୁ ସ୍ବର୍ଗଦ୍ବାର ପର‌୍ୟ୍ୟନ୍ତ ସବୁଠୁ ଅଧିକ ଗହଳଚହଳ ବେଳାଭୂମି ଅଞ୍ଚଳରେ ବର୍ଷା ଓ ଆବର୍ଜନା ପାଣି ଡ୍ରେନ୍ ଡେଇଁ ସିଧା ସମୁଦ୍ରରେ ମିଶୁଛି । ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ବେଳାଭୂମିର ଅବସ୍ଥା ଏବେ ଏପରି ହେଲାଣି ଯେ ଭବିଷ୍ୟତରେ ଏହି ଫଟୋ ହିଁ ବେଳାଭୂମିକୁ କିଭଳି ନଷ୍ଟ କରୁଛି ତାହା ସୂଚାଉଛି ।