ଦେଶରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚି ନାହିଁ କରୋନା ସଂକ୍ରମଣ : ତାଲାବନ୍ଦରୁ ମିଳିଛି ଅନେକ ଫାଇଦା,ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ହର୍ଷବର୍ଦ୍ଧନ 

345

କନକ ବ୍ୟୁରୋ : ଦେଶରେ କରୋନା ତୃତୀୟ ଷ୍ଟେଜରେ ପହଞ୍ଚିନି । ଦେଶରେ ସାଢେ ୫ ଲକ୍ଷରୁ ଅଧିକ ନମୂନା ପରୀକ୍ଷା ହେଲାଣି । ତାଲାବନ୍ଦ ନିଷ୍ୱତି ଦେଶବାସୀଙ୍କ ଫାଇଦା ଦେଇଛି । ନମୂନା ପରୀକ୍ଷା ଉପରେ ଆମେ ରଣନୀତି ପ୍ରସ୍ତୂୁତ କରିଛୁ । ତ୍ରୁଟିଯୁକ୍ତ ଟେଷ୍ଟ କିଟକୁ ତୁରନ୍ତ ପ୍ରତ୍ୟାହାର କରାଯିବ । ଚୀନ ସମେତ ଅନ୍ୟ ଦେଶ ଗୁଡ଼ିକରୁ ଅଣାଯାଇଥିବା ତ୍ରୁଟିପୂର୍ଣ୍ଣ କିଟ୍  କିଟ୍ ଫେରାଇ ଦିଆଯିବ । ଦେଶରେ ୩୫୦ ଲ୍ୟାବରେ ଚାଳିଛି ନମୂନା ପରୀକ୍ଷା । ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ବରଦାସ୍ତ କରାଯିବନି ବୋଲି କହିଛନ୍ତି ହର୍ଷବର୍ଦ୍ଧନ ।

Comments are closed.