ଶାଶୁଘର ଲୋକଙ୍କ ବର୍ବରତା । ସାବିତ୍ରୀରେ ଅଘଟଣ । ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ

808

କନକ ବ୍ୟୁରୋ : ସାବିତ୍ରୀରେ ଅଘଟଣ । ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛିି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଗୁରା ପଂଚାୟତର ରୁଦ୍ରପୁର ଗାଁରୁ । ଏହି ଗାଁର ପ୍ରକାଶ ବ୍ରହ୍ମାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ଏନେଇ ଲକ୍ଷ୍ମୀପ୍ରିୟା ନିଜେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ, ଲକ୍ଷ୍ମୀଙ୍କ ବାପଘର ଲୋକ କିନ୍ତୁ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ଯାଜପୁର ଜିଲ୍ଲା କୁଆଖିଆ ଥାନାର ଗୋପାଳପୁର ଗାଁର ଗଜେନ୍ଦ୍ର ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା, ଗତ ଦୁଇବର୍ଷ ତଳେ ପ୍ରକାଶଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବିବାହ ଦିନରୁ ତାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଲକ୍ଷ୍ମୀପ୍ରିୟାଙ୍କ ବାପାମା । ଘଟଣା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପଚାରା ଉଚରା କରିବା ସହ ମୃତ୍ୟୁ ଦେହ ବ୍ୟବଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।