ଜମି ବିବାଦକୁ ନେଇ ବଲାଙ୍ଗୀରରେ ଡବଲ ମର୍ଡର : କୁଟ୍ରାଗୁଡାରେ ଦାଦା ଓ ଖୁଡିକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରି କୁଅରେ ଫିଙ୍ଗି ଦେଲା ପୁତୁରା, ହତ୍ୟାକାରୀ ଅଟକ, ଶବ ଜବତ କରି ପୋଲିସର ତନାଘନା

375

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା କଂଟାବାଂଜିରେ ଡବଲ ମର୍ଡର । ଜମିବାଡି ବିବାଦକୁ ନେଇ ଦାଦା ଓ ଖୁଡିକୁ ହାଣି କୁଅରେ ଫିଙ୍ଗିଦେଲା ପୁତୁରା । କଂଟାବାଞ୍ଜି ବ୍ଲକର କୁଟ୍ରାଗୁଡା ଅଂଚଳରେ ଏଭଳି ଏକ ହତ୍ୟାକାଣ୍ଡ ଚାଂଚଲ୍ୟ ଖେଳାଇ ଦେଇଛି । ଗାଁରେ ଥିବା ତ୍ରିଲୋଚନ ନାଗଙ୍କ ପରିବାର ସହ ତାଙ୍କ ପୁତୁରାଙ୍କ ପରିବାରର ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲା ।

ଗତକାଲି ରାତିରେ ପୁତୁରା କୁଶ ନାଗ ହଠାତ୍ ଝଗଡା କରିବା ପରେ ଧାରୁଆ ଅସ୍ତ୍ରରେ ଦାଦା ଓ ଖୁଡିକୁ ହାଣି କୁଅରେ ଫିଙ୍ଗି ଦେଇଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ହତ୍ୟାକାରୀ କୁଶନାଗକୁ ଅଟକ ରଖିଛି । ବଙ୍ଗୋମୁଣ୍ଡା ଥାନାରେ ଏନେଇ ଏତଲା ହୋଇଛି ।