ବିଜେପି ସାଂସଦ ଓ ବିଧାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସତର୍କବାଣୀ ! ଗଣମାଧ୍ୟମକୁ କୌଣସି ମସଲା ଦିଅନାହିଁ

113

କନକ ବ୍ୟୁରୋ : ଗଣମାଧ୍ୟମକୁ କୌଣସି ମସଲା ଦିଅନାହିଁ । ବିଜେପି ସାଂସଦ ଓ ବିଧାୟକଙ୍କୁ ଏପରି ସତର୍କବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦି ଆପ୍ ଜରିଆରେ ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା ବେଳେ ଏପରି ପରାମର୍ଶ ଦେଇଛନ୍ତି ମୋଦି । ଦଳର କୌଣସି ନେତା ବା ମନ୍ତ୍ରୀ ଯେତେବେଳେ ବି କୌଣସି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ମତାମତ ଦେଉଛନ୍ତି ସେତେବେଳେ ସତର୍କ ରହିବା ଉଚିତ । ନିକଟରେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ଗଣଦୁଷ୍କର୍ମ, ଦଳିତଙ୍କ ଉପରେ ଆକ୍ରମଣ କିମ୍ବା କୌଣସି ପୌରାଣିକ ପ୍ରସଙ୍ଗ ଉପରେ ଦଳୀୟ ନେତାଙ୍କ ବେପରୁଆ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ପ୍ରଧାନମନ୍ତ୍ରୀ ।

modi visit

ସେ କହିଛନ୍ତି, ଆମେ କିଛି ଭୁଲ କଲେ ହିଁ ଗଣମାଧ୍ୟମକୁ ମସଲା ମିଳିଯାଏ । ତେଣୁ କ୍ୟାମେରା ଦେଖିଲେ କୌଣସି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ଭଳି ମତାମତ ନଦେବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି । ବିଶେଷ କରି କାଠୁଆ, ଉନ୍ନାଓ ଏବଂ ସୁରତ ଗଣଦୁଷ୍କର୍ମ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଦାୟିତ୍ୱହୀନ ମନ୍ତବ୍ୟ ପରେ ମୋଦି ଏଭଳି ସତର୍କବାଣୀ ଶୁଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଥିଲେ, ଦେଶର ହେଉଥିବା ଦୁଷ୍କର୍ମ ନିହାତି ଭାବେ ଦୁଭାର୍ଗ୍ୟଜନକ ଘଟଣା । କିନ୍ତୁ ଏହାକୁ ବେଳେ ବେଳେ ରୋକାଯାଇ ପାରିବ ନାହିଁ । ଭାରତ ଏକ ବଡ ଦେଶ । ଏଠାରେ ଯଦି ଗୋଟିଏ ଦୁଇଟି ଦୁଷ୍କର୍ମ ଘଟଣା ଘଟିଯାଉଛି ତେବେ ଏହାକୁ ଏତେ ଅତିରଞ୍ଜିତ କରିବାର ଆବଶ୍ୟକତା ନାହିଁ । କେନ୍ଦ୍ର ସରକାର ସକ୍ରିୟ ରହିଛନ୍ତି । ଏଭଳି ଘଟଣା ପାଇଁ କାର୍ୟ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ଏଥିପାଇଁ ଯାହା ବି କିଛି ପଦକ୍ଷେପ ନେବା କଥା ତାହା ନିଆଯାଉଛି ।ଭାରତ ଭଳି ବଡ ଦେଶରେ ଗୋଟିଏ ଦୁଇଟି ବଳାକ୍ରାର ଘଟଣାକୁ ପ୍ରସଙ୍ଗ କରିବା ଉଚିତ ନୁହେଁ ବୋଲି ଗଙ୍ଗୱାର କହିଥିଲେ ।