ଗଧ ଭରସାରେ ପାକିସ୍ତାନ : ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଗଧ ମେଳା ଆୟୋଜନ କଲେ ଇମ୍ରାନ ସରକାର  

962

କନକ ବ୍ୟୁରୋ : ପାକିସ୍ତାନକୁ ଏବେ ଗଧ ହିଁ ଭରସା । ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଇମ୍ରାନ୍ ସରକାର ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି ଗଧ । ଭାରତ ସହ ପରମାଣୁ ପରମାଣୁ ଖେଳୁଥିବା ପାକିସ୍ତାନର ଅର୍ଥବ୍ୟବସ୍ଥା ଗଧ ଭରସାରେ ଚାଲିଛି । ଭାରତ ଚାନ୍ଦ ଛୁଉଁଥିବା ବେଳେ ଗଧ ହିଁ ଇମ୍ରାନ ସରକାର ପାଇଁ ଶେଷ ଭରସା ପାଲଟିଛି ।  ଗଧମେଳା ପାଇଁ ପାକିସ୍ତାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । 

ବିଶ୍ୱର ତୃତୀୟ ସର୍ବଧିକ ଗଧସଂଖ୍ୟା ଥିବା ପାକିସ୍ତାନରେ ଏବେ ଚାଲିଛି ଗଧମେଳା । ପାକିସ୍ତାନ ଆୟୋଜନ କରିଥିବା ଗଧ ମେଳାରେ ବଭିନ୍ନ ରଙ୍ଗର ଗଧ ଦେଖିବାକୁ ମିଳିଛି । ତେବେ ମେଳାରେ ଲାଗିଥିବା ଗଧଙ୍କ ନାଁ ପାଇଁ ମଧ୍ୟ ଏବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି । ଏକେ-୪୭, ମାଧୁରୀ, ରକେଟ, ପରମାଣୁ, ରକେଟ ଲଂଚର ନାମରେ ଥିବା ଗଧ ବିକ୍ରି ହେଉଛି । ପାକିସ୍ତାନର ହାଇଦ୍ରାବଦ ସହର ଠାରୁ ୭୦ କିମି ଦୂର ବାଦିନ ଜିଲ୍ଲାରେ ଲାଗିଛି ଗଧମେଳା । ମେଳାରେ ଗଧ ବିକ୍ରି ପାଇଁ କରାଚୀ, ବାଦିନ, ସିନେ୍ଧ ସମେତ ଅନେକ ସ୍ଥାନରୁ ବ୍ୟବସାୟୀ ଆସି ହାଜର ହୋଇଛନ୍ତି । 

ଗଧ ମେଳାରେ ୨୦ ହଜାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଧ ବିକ୍ରି ହେଉଛି । ପାଖାପାଖି ୪ ଏକର ପରିମିତ ବ୍ୟାସରେ ଗଧ ମେଳା ଆୟୋଜନ କରିଛି ପାକିସ୍ତାନ । ଚଳିତ ବର୍ଷ ବି ପ୍ରିୟ ବନ୍ଧୁ ଚୀନ, ପାକକୁ ଋଣ ପ୍ରଦାନ କରିବା ପାଇଁ ଘୋଷଣା କରିଛି । ଆଉ ତା’ର ପ୍ରତିବଦଳରେ ଇମ୍ରାନ୍ ସରକାର ଚୀନକୁ ଗଧ ରପ୍ତାନୀ କରିବେ । ପାକିସ୍ତାନ ଠାରୁ ଚୀନ ସବୁଠାରୁ ଅଧିକ ଗଧ କିଣେ । ଚୀନରେ ଗଧର ଛାଲର ଖୁବ ଚାହିଦା ରହିଛି । ଗଧ ଛାଲରେ ଚୀନରେ ପାରମ୍ପରିକ ଔଷକ୍ଷ ପ୍ରସ୍ତୁତ ହୁଏ। ଏହାବ୍ୟତୀତ ଚୀନରେ ଗଧ ମାଂସର ମଧ୍ୟ ଅଧିକ ଚାହିଦା ରହିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଗଧ ସଂଖ୍ୟା ବଢ଼ାଇବାରେ ଲାଗିଛି ଚୀନ । ଆରବ ଆରବ ଡଲାର ଋଣ ତଳେ ଚାପି ହୋଇଥିବା ପାକିସ୍ତାନ ଏବେ ବିଦେଶୀ ମୁଦ୍ରା ପାଇଁ ଗଧର ସାହାରା ନେଉଛି ।