ଭାରତୀୟ ସଂସ୍କୃତି ଓ କଳାରେ ଅଭିଭୂତ ମେଲାନିଆ : ସ୍ୱାଗତ ସମୟରେ ମୁଣ୍ଡରେ ମାଠିଆ ବୋହି ଲୋକନୃତ୍ୟ ପରିବେଷଣ କରୁଥିଲେ କଳାକାର , ମନ୍ତ୍ରମୁଗ୍ଧ ହୋଇ ଚାହିଁରହିଥିଲେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ

378

କନକ ବ୍ୟୁରୋ : ସପରିବାରେ ଭାରତରେ ପହଞ୍ଚିଯାଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ଼ ଟ୍ରମ୍ପ । ଦୁଇ ଦିନିଆ ଗସ୍ତରେ ଆସିଥିବା ଟ୍ରମ୍ପ୍ ଅହମ୍ମଦାବାଦ ପହଞ୍ଚିଯାଇଛନ୍ତି । ଅହମ୍ମଦାବାଦ ଦ ଏୟାରପୋର୍ଟେରେ ଭବ୍ୟ ଟ୍ରମ୍ପଙ୍କ ସ୍ୱାଗତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍, ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍, କନ୍ୟା ଇଭାଙ୍କା ଟ୍ରମ୍ପ ଏବଂ ଜାମାତା ଜାର୍ଡ କୁସ୍ନର୍ ଏବଂ ପ୍ରତିନିଧି ଦଳ ସହ ବିମାନ ‘ଏୟାର୍ ଫୋର୍ସ ଓ୍ଵାନ୍’ ଅହମ୍ମଦାବାଦ ବିମାନ ବନ୍ଦରରେ ଅବତରଣ କରିଥିଲା ।

ଗୁଜୁରାଟୀ ଲୋକନୃତ୍ୟ ମାଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ସ୍ୱାଗତ କରାଯାଇଥିଲା । ଭାରତୀୟ ସଂସ୍କୃତି ଓ କଳା ଦେଖି ଅଭିଭୂତ ହୋଇଯାଇଥିଲେ ମେଲାନିଆ ଟ୍ରମ୍ପ୍ । ସ୍ୱାଗତ ସମୟରେ ମୁଣ୍ଡରେ ମାଠିଆ ବୋହି ଲୋକନୃତ୍ୟ ପରିବେଷଣ କରୁଥିଲେ କଳାକାର । କଳାକାର ମାନଙ୍କୁ ମନ୍ତ୍ରମୁଗ୍ଧ ହୋଇ ଚାହିଁ ରହିଥିଲେ ଡୋନାଲ୍ଡ଼ ଟ୍ରମ୍ପଙ୍କ ପତ୍ନୀ । ଗୁଜୁରାଟୀ ଲୋକନୃତ୍ୟର ଖୁବ ଆନନ୍ଦ ନେଇଛନ୍ତି ମେଲାନିଆ ଟ୍ରମ୍ପ ।

ଆଉ ତା’ପରେ ରୋଡ଼ସୋ କରି ସାବରମତୀ ଅଭିମୁଖେ ଯାତ୍ରା କରିଥିଲେ ଡୋନାଲ୍ଡ଼ ଟ୍ରମ୍ପ । ସାବରମତି ଆଶ୍ରମରେ ବାପୁଙ୍କ ତିନି ମାଙ୍କଡ଼ ସମ୍ବନ୍ଧରେ ଟ୍ରମ୍ପଙ୍କୁ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । କେବଳ ଏତିକି ନୁହେଁ ଗାନ୍ଧିଜୀଙ୍କ ଅରଟକୁ ଦେଖି ସୂତା କାଟିବାର କଳା ସମ୍ମନ୍ଧରେ ମଧ୍ୟ ପଚାରି ବୁଝିଥିଲେ ଟ୍ରମ୍ପ । ତେବେ ସାବରମତିରେ କିଛି ସମୟ ସମୟ ଅତିବାହିତ କରିବା ପରେ ସପରିବାରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଏବେ ମୋଟେରା ଷ୍ଟାଡ଼ିୟମ୍ ଅଭିମୁଖେ ଯାତ୍ରା କରିଛନ୍ତି ।  ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ ।

ତେବେ ଟ୍ରମ୍ପଙ୍କ ଗସ୍ତ ପାଇଁ ପୁରା ଅହମ୍ମଦାବାଦ ସହରକୁ ସଜେଇ ଦିଆଯାଇଛି । ସମସ୍ତ କାଯ୍ୟକ୍ରମ ପରେ ସନ୍ଧ୍ୟାରେ ପତ୍ନୀ ମେଲାନିଆ ଓ ଝିଅ ଇଭାଙ୍କାଙ୍କ ସହ ଆଗ୍ରାର ତାଜମହଲ ପରିଦର୍ଶନରେ ଯିବେ ଟ୍ରମ୍ପ ।

ଅନ୍ୟପଟେ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ମୋଦି ଟ୍ୱିଟ କରି କହିଥିଲେ ଟ୍ରମ୍ପଙ୍କ ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ବଢାଇବ । ଏହି ଗସ୍ତ ଉଭୟ ଆମେରିକା ଓ ଭାରତ ପାଇଁ ଗୁରୁତ୍ୱୂବହନ କରୁଛି । କାରଣ ଆଗକୁ ଆସିଛି ଆମେରିକା ନିର୍ବାଚନ । ଏବଂ ଏପଟେ ଭାରତରେ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବିରୋଧ ବଢୁଥିବା ବେଳେ ଆମେରିକାର ସହ ବନ୍ଧୁତା ସରକାରଙ୍କ ପାଇଁ ଗୁୁରୁତ୍ୱପୂର୍ଣ୍ଣ ରହିବ ।

ତେବେ କେବଳ ମୋଦି ନୁହେଁ ଭାରତ ପହଁଚିବା ପୂର୍ବରୁ ଟ୍ରମ୍ପ ମଦ୍ୟ ହିନ୍ଦୀରେ ଟୁଇଟ୍ କରିଥିଲେ  । କହିଲେ, ଭାରତ ଆସିବାକୁ ତତ୍ପର । ରାସ୍ତାରେ ଅଛନ୍ତି, କିଛି ସମୟ ପରେ ଭାରତରେ ପହଁଚିବେ ।