ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେନି ଡୋନାଲ୍ଡ ଟ୍ରମ୍ପ ! ହ୍ୱାଇଟ ହାଉସ ତରଫରୁ ସୂଚନା

ଆଇଏସ୍ ବିରୋଧୀ ସଂଗ୍ରାମରେ ବିଜୟୀ ହେଲେ ଟ୍ରମ୍ପ ସରକାର ! ସିରିଆରୁ ସୈନ୍ୟ ପ୍ରତ୍ୟାହର ଆରମ୍ଭ କଲା ଆମେରିକା

image courtesy - www.thestar.com.my

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ପ୍ରଥମ ଥର ପାଇଁ ହ୍ୱାଇଟ ହାଉସ ମୁଖପାତ୍ର ଜାତୀୟ ଗଣମାଧ୍ୟମକୁ  ସୂଚନା ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଟ୍ରମ୍ପ ଭାରତ ଆସିପାରିବେ ନାହିଁ ବୋଲି କୁହାଯାଇଛି । ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

publive-image

ତେବେ ଗଣତନ୍ତ୍ର ଦିବସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିବା ଏକ ସମ୍ମାନଜନକ କଥା କିନ୍ତୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଟ୍ରମ୍ପ ଭାରତ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ ବୋଲି କହିଛି ଆମେରିକା । ତେବେ ଭାରତ ଓ ଋଷ ମଧ୍ୟରେ ଏସ୍ -୪୦୦ ଏୟାର ଡିଫେନ୍ସ ମିସାଇଲ ଡିଲ୍କୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଆସିଥିବା ତିକ୍ତତା ସହ ମଧ୍ୟ ଏହାକୁ ଯୋଡାଯାଉଛି । ସେପଟେ ଟ୍ରମ୍ପଙ୍କ ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥା ମଧ୍ୟ ରଖିଛି ଭାରତ । ପ୍ରତି ବର୍ଷ ଗଣତନ୍ତ୍ର ଦିବସ ଅବସରରେ ଭାରତ ବିଶ୍ୱ ନେତାଙ୍କୁ ମୁଖ୍ୟ ଅତିଥି ଭାବେ ଡାକିବାର ପରମ୍ପରା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe