କାମ ଦେଲାନି ପାକିସ୍ତାନର କଶ୍ମୀର କାର୍ଡ଼ : ଇମ୍ରାନ ଖାନଙ୍କ ସମ୍ମୁଖରେ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

689

କନକ ବ୍ୟୁରୋ : କାମ ଦେଲାନି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ କାଶ୍ମୀର କାର୍ଡ଼ । ଇମାନ୍ ଖାନଙ୍କ ସମ୍ମୁଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲେ ଡୋନାଲ୍ଡ଼ ଟ୍ରମ୍ପ । କାଶ୍ମୀର ମାମଲାରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା କରିବାକୁ ପାକିସ୍ତାନ ଲଗାତାର ଦାବି କରି ଆସୁଛି । ତେବେ ବିଶ୍ବର ଅଧିକାଂଶ ରାଷ୍ଟ୍ର ଏ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁନାହାଁନ୍ତି । ଏହା ଉଭୟ ଭାରତ ଏବଂ ପାକିସ୍ତାନର ଚାଲିଥିବା ଦ୍ବିପାକ୍ଷିକ ମାମଲା ବୋଲି ଅଧିକାଂଶ ଦେଶ ସ୍ପଷ୍ଟ କରି ସାରିଛନ୍ତି । ତଥାପି ସୁଧୁରୁନି ପାକିସ୍ତାନ । ବାରମ୍ବାର ମଧ୍ୟସ୍ଥତା ପାଇଁ ଦାବି କରିଆସୁଛି । ତେବେ ଏ ମାମଲାରେ ପୁଣି ଥରେ ଇମ୍ରାନ୍ ଖାନଙ୍କୁ ଝଟକା ମଳିଛି । ଗତକାଲି ପୁଣି ଥରେ ପାକ୍ ସରାକରଙ୍କୁ ଟ୍ରମ୍ପ ଦେଇଛନ୍ତି ଜୋରଦାର ଝଟକା । 

ସୂଚନାଯୋଗ୍ୟ ନ୍ୟୁୟର୍କରେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନ  । ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ  ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ସେ ଚାହୁଁଥିଲେ, ସମସ୍ୟାର ସମାଧାନ ଲାଗି ଆମେରିକା ସହଯୋଗର ହାତ ବଢାଉ  । ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ,  ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି ଓ ସେ ଆଶା  କରୁଛନ୍ତି ଭାରତ-ପାକିସ୍ତାନ ଏ ନେଇ  ଶୀଘ୍ର ଏକାଠି ହେବେ । ସାକ୍ଷାତ ସମୟରେ ଟ୍ରମ୍ପ କହିଥିଲେ,  ଧାରା ୩୭୦ ଓ କାଶ୍ମୀର ନେଇ ମୋଦିଙ୍କ ଭାଷଣ ଆକ୍ରାତ୍ମକ ଥିଲା ।  

 

ଅନ୍ୟପଟେ କାଶ୍ମୀର ମାମଲାରେ ମୁଣ୍ଡ ଖେଳାଇବାକୁ ମନା କରିଦେଇଛନ୍ତି ଡ୍ରୋନଲ୍ଡ ଟ୍ରମ୍ପ । ତେବେ ଦୁଇ ଦେଶ ଚାହିଁଲେ, ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ଆଜି  ଟ୍ରମ୍ପଙ୍କୁ ମୋଦି ସାକ୍ଷାତ କରିବେ । ଦୁଇ ନେତାଙ୍କ ମଧ୍ୟରେ ଦ୍ୱି-ପାକ୍ଷିକ  ସମ୍ପର୍କ ନେଇ ଆଲୋଚନା ହେବ ।