ହାଇଦ୍ରାବାଦ ହାଉସରେ ମୋଦି-ଟ୍ରମ୍ପଙ୍କ ଦ୍ୱିପାକ୍ଷିକ ଆଲୋଚନା : ବାଣିଜ୍ୟ, ସୁରକ୍ଷା ଓ ତୈଳ କାରବାର ଉପରେ ଫୋକସ, ୩ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି ଉପରେ ମୋହର

316

କନକ ବ୍ୟୁରୋ : ହାଇଦ୍ରାବାଦ ହାଉସରେ ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଭାରତ-ଆମେରିକା ପକ୍ଷରୁ ମିଳିତ ବୟାନ ରଖାଯାଇଛି । ଟ୍ରମ୍ପ ସପରିବାରେ ସହ ଭାରତ ଆସିଥିବାରୁ ବହୁତ ଖୁସି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି । ଭାରତ- ଆମେରିକା ମଧ୍ୟରେ ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବାଣିଜ୍ୟ, ସୁରକ୍ଷା, ତୈଳ କାରବାର ସହଯୋଗ ନେଇ ବହୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟ ବଡ ବାଣିଜ୍ୟିକ୍ତ ଚୁକ୍ତି ହୋଇଛି । ୩ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ବାଜିଛି । ଅତ୍ୟାଧୁନିକ ରକ୍ଷା ଉପକରଣ ଓ ଆତଙ୍କବାଦ ଉପରେ ରୋକ ଲଗାଇବା ନେଇ ଆଲୋଚନା ହୋଇଛି । ଆତଙ୍କବାଦ ବିରୋଧରେ ଉଭୟ ଦେଶ ମିଳିତ ଭାବେ ଲଢେଇ କରିବେ । ସେହିପରି ନିଶାକାରବାର, ଅପରାଧ ରୋକିବା ନେଇ ଆଲୋଚନା ହୋଇଥିବା ମୋଦି କହିଛନ୍ତି ।

ଅନ୍ୟପଟେ ଟ୍ରମ୍ପ କହିଛନ୍ତି, ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତ ଗସ୍ତକୁ କେବେବି ଭୁଲି ପାରିବି ନାହିଁ । ଉଭୟ ଦେଶ ମଧ୍ୟରେ ସମାନ ପରମ୍ପରା ଓ ଗଣତନ୍ତ୍ର ରହିଛି । ଏହି ଗସ୍ତ ଭାରତ ଆମେରିକା ମଧ୍ୟରେ ସଂପର୍କକୁ ଆହୁରି ଅଧିକ ମଜଭୂତ କରିବ । ଭାରତ ଗସ୍ତର ଦ୍ୱିତୀୟ ଦିନରେ ବି ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ଟ୍ରମ୍ପ । ଭାରତ ମାଟିରୁ ଆତଙ୍କ ପାଳୁଥିବା ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ।

ସେପଟେ ଦିଲ୍ଲୀର ସରକାରୀ ସ୍କୁଲଗୁଡିକରେ ଆପ ସରକାର ଆରମ୍ଭ କରିଥିବା ଏକ ନିଆରା ପାଠ୍ୟକ୍ରମର ଚର୍ଚ୍ଚରେ ଯୋଗ ଦେଇଛନ୍ତି ମେଲାନିଆ ଟ୍ରମ୍ପ । କିଭଳି ସ୍କୁଲ ପିଲାଙ୍କୁ ଖୁସି କରିବା ପାଇଁ ପାଠ ପଢା ଯାଉଛି ତାକୁ ବୁଲି ଦେଖିବାପାଇଁ ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଦିଲ୍ଲୀ ନାନକପୁରାରେ ଥିବା ଏକ ସରକାରୀ ସ୍କୁଲରେ ପହଚିଂଛନ୍ତି । ସ୍କୁଲରେ ପହଚିଂବା ପରେ କୁନି କୁନି ପିଲା ଓ ଶିକ୍ଷକ ମେଲାନିଆଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଛାତ୍ରୀମାନେ ମେଲାନିଆଙ୍କୁ ଫୁଲ ଚନ୍ଦ ଦେଇ ସ୍ୱାଗତ କରିଥିଲେ । ମେଲାନିଆଙ୍କ ଗସ୍ତ ପାଇଁ ସ୍କୁଲକୁ ଅତି ସୁନ୍ଦର ଭାବେ ସଜାଯାଇଛି । ଦିଲ୍ଲୀର ସରକାରୀ ସ୍କୁଲ ଗୁଡିକରେ ପିଲାଙ୍କୁ ଶିଖା ଯାଉଛି ଜୀବନରେ ଖୁସି ରହିବେ କେମିତି? ୨୦୧୮ରୁ ସମସ୍ତ ସରକାରୀ ସ୍କୁଲରେ ଏହିଭଳି ହାପିନେସ କରିକୁଲମ ବା ଖୁସି ହେବାଲାଗି ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଯେଉଁଠି ଛୋଟଛୋଟ ପିଲାଙ୍କୁ ନାଚ, ଗୀତ ମାଧ୍ୟମରେ ଖୁସି ବାଂଟିବାକୁ ପ୍ରୟାସ କରୁଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ ।