କନକ ବ୍ୟୁରୋ : ମାଲିକ ପାଇଁ ଜୀବନ ଦେଇଦେଲା । କିନ୍ତୁ ସାପକୁ ଭିତରକୁ ଛାଡିଲାନି । ଫଳରେ ବଂଚିଗଲେ ଦୁଇ ଶିଶୁ । ଏହି ଖବର ହେଉଛି ଏକ ସାହସୀ କୁକୁରର । ଯାହାର ସାହସିକତା ଆଜି ଚର୍ଚ୍ଚାର ବିଷୟ ହୋଇଛି । ଘର ପୋର୍ଟିକରେ ଖେଳୁଥିବା ବେଳେ ହଠାତ୍ ସେମାନଙ୍କ ଆଡକୁ ମାଡି ଆସିଥିଲା ଏକ ବଡ ନାଗସାପ । ସାପକୁ ଦେଖିବା ମାତ୍ରେ ପିଲାମାନେ ଚିତ୍କାର କରିଥିଲେ । ଏତିକି ବେଳେ ସାପ ଉପରେ ନଜର ପଡିଥିଲା ପୋଷା କୁକୁର ଲାଡେନର । ଚେନରେ ବନ୍ଧା ହୋଇଥିବା ସତ୍ୱେ ସାପ ସହିତ ଜୀବନକୁ ବାଜି ଲଗେଇ ଲଢେଇ କଲା ଲାଡେନ୍ ।
ବାସ୍ କିଛି ସମୟ ଧରି ଚାଲିଥିଲା ସାପ ଓ କୁକୁର ମଧ୍ୟରେ ଘମାଘୋଟ୍ ଲଢେଇ । ଏହାରି ଭିତରେ ସାପ ବି ଲାଡେନକୁ ଚୋଟ ମାରୁଥିଲା । କିନ୍ତୁ ପାଟିରେ କାମୁଡି ଧରି ଶେଷରେ ସାପକୁ ମାରିଦେଇଥିଲା ଲାଡେନ୍ । ସାପ ମୁହଁରୁ ମାଲିକର ଦୁଇ ଶିଶୁକୁ ତ ବଂଚାଇ ଦେଲା ଲାଡେନ୍ । ହେଲେ ନିଜେ କିନ୍ତୁ ବଂଚାଇ ପାରିଲାନି । ସାପ କାମୁଡାରେ ଗୁରୁତର ଲାଡେନକୁ ଘର ମାଲିକ ଡାକ୍ତରଖାନାକୁ ନେବାକୁ ବାହାରିବା ବେଳକୁ ସେ ବି ଆଖି ବୁଜି ଦେଇଥିଲା । ରାଜଧାନୀର ଯାଁଳା ଅଂଚଳର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୋଷା କୁକୁର ଲାଡେନର ସାହସିକତାକୁ ସମସ୍ତେ ସାବାସୀ ଦେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/LADEN.jpg)