କନକ ବ୍ୟୁରୋ : ମାଲିକଙ୍କ ଜୀବନ ବଂଚାଇଲା ପୋଷା କୁକୁର । ଜୟପୁରରେ ଘର ଭିତରକୁ ପଶୁଥିବା ବିଷାକ୍ତ ନାଗ ସାପ ସହ ପାଖାପାଖି ୩୦ ମିନିଟ ଧରି ଲଢିଲା ଡଗି । ସାପକୁ କାମୁଡି କରିଦେଲା ଦୁଇଖଣ୍ଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରର ପାୱାର ହାଉସ୍ କଲୋନୀରେ ।
ଗତକାଲି ଅପରାହ୍ନ ପ୍ରାୟ ୩ଟାବେଳେ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଘର ଭିତରକୁ ଏକ ବିରାଟକାୟ ନାଗ ପଶୁଥିବାବେଳେ ଏହାକୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲା ପୋଷା କୁକୁର ଡଗି । ତାପରେ ସାପ ଓ କୁକୁର ମଧ୍ୟରେ ପାଖାପାଖି ୩୦ ମିନିଟ୍ ଲଢ଼େଇ ହୋଇଥିଲା । ଶେଷରେ ସାପକୁ କାମୁଡି ଦୁଇ ଖଣ୍ଡ କରିଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/DOG.jpg)