କନକ ବ୍ୟୁରୋ : ସାରା ଦେଶକୁ ବ୍ୟାପିଲା ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ନିଆଁ । ପଶ୍ଚିମବଙ୍ଗ ଡାକ୍ତରଙ୍କୁ ସମର୍ଥନ କରି ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏମ୍ସର ଡାକ୍ତର । ଡାକ୍ତରଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ଉଚିତ ବୋଲି ସେମାନେ ଦାବି କରିଛନ୍ତି । ଏପରିକି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଆନ୍ଦୋଳନକାରୀ ଡାକ୍ତର ଦାବି କରିଛନ୍ତି । ସେହିପରି ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଡାକ୍ତର । ସେପଟେ ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନ ଚତୁର୍ଥ ଦିନରେ ପହଁଚିଛି ।

Advertisment

publive-image

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡା ତାଗିଦ ସତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । କୋଲକାତାର ସରକାରୀ ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଦୁଇ ଜଣ ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ମାଡ ମାରିଥିଲେ । ଏହାକୁ ବିରୋଧରେ ଡାକ୍ତର ସଂଘ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି । ଏପରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମମତା ବାନାର୍ଜୀ କହିଛନ୍ତି । କିନ୍ତୁ ଏଥିପ୍ରତି ଆନ୍ଦୋଳନକାରୀ ଡାକ୍ତର ଖାତିର କରି ନାହାନ୍ତି ।