କ୍ୱାରେଣ୍ଟିନରେ ଡାକ୍ତର-ନର୍ସ : ସଙ୍ଗରୋଧରେ ରହିଲେ ଯାଜପୁର ୩ ଡାକ୍ତର ଓ ୧୯ ନର୍ସ, ଚିକିତ୍ସା ପାଇଁ ମୁଖ୍ୟ ଡାକ୍ତରଖାନା ଯାଇଥିଲେ କରୋନା ଆକ୍ରାନ୍ତ

795

କନକ ବ୍ୟୁରୋ : କ୍ୱାରେଣ୍ଟିନରେ ରହିଲେ ଡାକ୍ତର-ନର୍ସ । ଯାଜପୁରରେ ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କିଛି ରୋଗୀ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତ । ଆଉ ସେଥିପାଇଁ ଡାକ୍ତର, ନର୍ସ ଓ ପାରା ମେଡ଼ିକାଲ କର୍ମଚାରୀଙ୍କୁ ସଂନ୍ତ୍ରମଣ ହେବାର ଆଶଙ୍କା ନେଇ ସଙ୍ଗରୋଧରେ ରହିବାକୁ କୁହାଯାଇଛି ।

ସେପଟେ ଯାଜପୁରରେ ଅବରୋଧ ଅଞ୍ଚଲ ପରିସୀମା ବୃଦ୍ଧି ପାଇଛି । ୩ଟି ବ୍ଲକ ୭ଟି ପଂଚାୟତର ୧୩ଟି ଗାଁକୁ ଅବରୋଧ ଅଂଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଯାଜପୁରରେ ଜିଲ୍ଲାରେ ଗତକାଲି ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ କଟେନ୍ମେନଟ୍ ଜୋନର ପରିସୀମା ବଢାଇଛନ୍ତି ଜିଲ୍ଲାପାଳ । ନୂଆ ମାମଲା ସାମ୍ନାକୁ ଆସିବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲାପାଳ ରଂଜନ ଦାସ, ଆକ୍ରାନ୍ତ ବ୍ୟକ୍ତିଙ୍କ ପଂଚାୟତକୁ ଅବରୋଧ ଅଂଚଳ ଘୋଷଣା କରିଥିଲେ । ଯାଜପୁର ସଦର, ଦଶରଥପୁର ଓ କୋରେଇ ବ୍ଲକର ୪ଟି ପଂଚାୟତରେ ରୋଗୀ ଚିହ୍ନଟ ହେବା ପରେ କଟେନ୍ମେନଟ୍ ଜୋନ୍ ଘୋଷଣା ହୋଇଥିଲା ।

ତେବେ ପାରିପାଶ୍ୱର୍ିକ ସ୍ଥିତି ଓ ଆକ୍ରାନ୍ତ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରି କଟେନ୍ମେନଟ୍ ଜୋନ୍ ପରିସୀମାକୁ ବୃଦ୍ଧି କରିଛି ପ୍ରଶାସନ । ସେହି ୩ଟି ବ୍ଲକ ୭ଟି ପଂଚାୟତର ୧୩ଟି ଗାଁକୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ଅବରୋଧ ଅଂଚଳ ଅବଧି ମେ ୪ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବଳବତର ରହିବ ବୋଲି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜଣେ ଆକ୍ରାନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟର ଆସୋଲେସନ୍ ୱାର୍ଡରେ ଥିଲେ । ସେହି ସମୟରେ ତାଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ଓ ୨୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେନ୍ଟାଇନ୍ରେ ରହିବା ପାଇଁ ଜିଲ୍ଲପାଳ ନିର୍ଦେଶ ଦେଇଛନ୍ତି ।