କରୋନାକୁ ପ୍ରଥମେ ଚିହ୍ନିଥିବା ଡାକ୍ତର : ମୃତ୍ୟୁରୂପୀ କରୋନାକୁ ଚିହ୍ନଟ କରିଥିଲେ ଝାଙ୍ଗ୍ ଜିଜିଆନ୍, ମହିଳା ଡାକ୍ତରଙ୍କୁ ସଲାମ୍ କରୁଛି ସାରା ବିଶ୍ୱ

2,281

କନକ ବ୍ୟୁରୋ : ଅଚାନକ୍ କରୋନା ନାଁରେ ମାଡ଼ି ଆସିଲା ମୃତ୍ୟୁ । ଭୟଙ୍କରର କରୋନା ଭାଇରସ୍ ବିଷୟରେ କିଛି ଜାଣିବା ପୂର୍ବରୁ ମୃତ୍ୟୁ ପଞ୍ଝାରେ ଚାଲିଗଲା ଅନେକ ଜୀବନ । ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ରୂପୀ ମୃତ୍ୟୁ ଏବେ ମହାମାରୀ ରୂପ ନେଇଛି । ତେବେ ସବୁଠାରୁ ବଡ଼କଥା ହେଲା କରୋନାକୁ ନେଇ ସମସ୍ତେ ଅଜଣା ଥିବାବେଳେ ପ୍ରଥମେ ଏହି ଭୟଙ୍କର ଭାଇରସକୁ ଚିହ୍ନଟ କରିଥିଲେ ଚୀନର ଜଣେ ମହିଳା ଡାକ୍ତର ।

ଚୀନ ଡାକ୍ତର ଝାଙ୍ଗ ଜିଜିଆନ୍ । ଚୀନବାସୀଙ୍କ ପାଇଁ ଏବେ ହୀରୋ ପାଲଟିଛନ୍ତି ଶ୍ୱାସରୋଗ ବିଶେଷଜ୍ଞ ଡାକ୍ତର ଝାଙ୍ଗ ଜିଜିଆନ୍ । ଅଜଣା ମୃତ୍ୟୁକୁ ଚିହ୍ନଟ କରିଥିବା ଡାକ୍ତରଙ୍କୁ ନିକଟକୁୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । କିଏ ଭଗବାନ୍ କହୁଛି ତ କିଏ ହୀରୋ କହୁଛି ପୁଣି ଆଇ କିଏ ରକ୍ଷକ କହୁଛି । ମାତ୍ର ଏକ ମାସ ମଧ୍ୟରେ ୩୬୦ରୁ ଅଧିକ ମୁଣ୍ଡ ନେଇଥିବା କରୋନାକୁ ପ୍ରଥମେ ଚିହ୍ନଟ କରିଥିଲେ ଏହି ମହିଳା ଡାକ୍ତର ଜଣକ । ୨୬ ଡିସେମ୍ବର ସକାଳେ ବୁହାନର ୫୪ ବର୍ଷୀୟ ମହିଳା ଡାକ୍ତର ଜଙ୍ଗ ଜିକ୍ସିଆନ୍ ଚାରି ଜଣ ଲୋକଙ୍କ ଠାରେ ଏକ ନୂଆ ଭାଇରସ ସଂକ୍ରମଣର ଚିହ୍ନଟ କରିଥିଲେ । ଗୋଟିଏ ପରିବାରର ତିନିଜଣଙ୍କ ସମେତ ଚାରିଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ନୂଆ ଫ୍ଲୁର ସନ୍ଧାନ ପାଇଥିଲେ ।


ଗୋଟିଏ ପରିବାରର ଲୋକଙ୍କ ଠାରେ ଦେଖିବାକୁ ମିଳିଥିଲା ଗୋଟିଏ ପ୍ରକାରର ଭାଇରସ୍ । ଗୋଟିଏ ପରିବାରର ସମସ୍ତ ରୋଗୀଙ୍କୁ ଠାରେ ନିମୋନିଆ ଦେଖିବାକୁ ମିଳିଥିଲା । ଯାହା ଦେଖି ଜିଜିଆନ୍ ନୂଆ ରୋଗକୁ ନେଇ ସଚେତନ ହୋଇଯାଇଥିଲେ ଓ ସାବଧାନ କରାଇଥିଲେ । ରୋଗୀଙ୍କ ଫୁସଫୁସରେ ଏକ୍ସରେ ଦେଖିବା ପରେ କରୋନା ରୋଗକୁ ଚିହ୍ନଟ କରିଥିଲେ ଜଙ୍ଗ ଜିକ୍ସିଆନ । ଆଗାମୀ ଦିନରେ ଅନ୍ୟ ଜଣେ ରୋଗୀଙ୍କ ଠାରେ ସମାନ ଲକ୍ଷଣ ଦେଖାଦେଇଥିଲା ।


ଗତକାଲି ଉହାନର ଗଣମାଧ୍ୟମ ଚୀନରେ ହିରୋ ପାଲଟିଥିବା ଝାଙ୍ଗଙ୍କ ପ୍ରଥମ ସାକ୍ଷାତକାର ନେଇଛି । ଅନଲାଇନ୍ରେ ପୋଷ୍ଟ ହୋଇଥିବା ଚୀନ ଭାଷାରେ ଏହି ସାକ୍ଷାତକାରକୁ ୪୨୦ ନିୟୁତ ଥର ପଢ଼ା ସରିଛି । ସ୍ୱଭାବରେ ନରମ ଝାଙ୍ଗ ଏବେ ହୁବେଇ ପ୍ରାଦେଶିକ ଡାକ୍ତରଖାନାରେ ରେସପିରାଟୋରୀ ଆଣ୍ଡ୍ କ୍ରିଟିକାଲ କେୟାର ବିଭାଗର ନିର୍ଦ୍ଦେଶିକା ଅଛନ୍ତି ।
ଝାଙ୍ଗ ଜିଜିଆନ୍ ଦୁନିଆର ପ୍ରଥମ ଡାକ୍ତର, ଯିଏ କରୋନା ଭାଇରସକୁ ଚିହ୍ନଟ କରିଥିଲେ ।

ଏବେ ଏହି ମହିଳା ଡାକ୍ତରଙ୍କୁ ଚୀନରେ ହୀରୋ ରୂପେ ବିବେଚନା କରାଯାଉଛି । କାରଣ ରୋଗ ବିଷୟରେ ସଚେତନ ହୋଇନଥିଲେ, କିମ୍ବା ଶୀଘ୍ର ଚିହ୍ନଟ ହୋଇନଥିଲେ ଅଧିକ ଲୋକ ପ୍ରାଣ ହରାଇଥାଆନ୍ତି । ଶୀଘ୍ର ରୋଗ ନିରୂପଣ ହେବାପରେ ଚୀନ ସରକାର ସଚେତନ ହେବାସହ ସାରାବିଶ୍ୱ ଏବେ ଆଲର୍ଟରେ ଅଛି ।