ମହିଳା ବନ୍ଧୁଙ୍କ ଚାହିଦା ପୂରଣ କରିବା ଚକ୍କରରେ ଅପରାଧୀ ପାଲଟିଗଲେ ପୋଲିସ ବାବୁ : ଦରମା କମ୍ ଥିବାରୁ ବନେଇଲେ ନିଜର ଲୁଟେରା ଗ୍ୟାଙ୍ଗ୍

24

ଆମ ସହ କିଛି ଅନ୍ୟାୟ ହେଲେ ଆମେ ପୋଲିସରେ ଅଭିଯୋଗ କରୁ । କାହିଁକି ନା ପୋଲିସ ଉପରେ ଭରସା ଥାଏ ଯେ ଆମେ ନ୍ୟାୟ ପାଇପାରିବୁ । ତେବେ ଆଜିକାଲି ପୋଲିସ ବାବୁଙ୍କ କଥା ସମସ୍ତେ ଜାଣନ୍ତି । ନିଜ ସୁବିଧା ପାଇଁ ସେମାନେ ପାୱାରର ଖରାପ ବ୍ୟବହାର କରିବା ପାଇଁ ପଛାଉ ନାହାନ୍ତି । କିଏ କିଏ ବିନା କାରଣରେ ଲୋକଙ୍କୁ ହଇରାଣ କରୁଛନ୍ତି ତ କିଏ ପାୱାର ଆଉ ପୋଜିସନର ଫାଇଦା ଉଠାଇ ଲୋକଙ୍କୁ ଡରାଉଛନ୍ତି । ତେବେ ନିକଟରେ ଏପରି ଏକ ଖବର ଆସିଛି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ପୋଲିସ ବାବୁଙ୍କ କଳାକାରନାମାର କାହାଣୀ ଶୁଣିଲେ ଅବାକ୍ ହେବେ ନିଶ୍ଚିତ ।

ସେପ୍ଟେମ୍ବର ୩ ତାରିଖ ପଟିଆଲାର ଜଣେ ଡାକ୍ତରଙ୍କ ଘରେ ଲୁଟ୍ ହୋଇଥିଲା । ଡାକ୍ତରଙ୍କୁ ବନ୍ଧକ ରଖି ୬.୩୦ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ ଦୁର୍ବୃତ୍ତ । ତେବେ ଲୁଟ ପରେ ଅପରାଧୀର ଟେର ପାଇନଥିଲା ପୋଲିସ୍ । ବେଶ୍ କିଛି ଦିନର କଠିନ ପରିଶ୍ରମ ପରେ ଏବେ ଅପରାଧୀକୁ ଧରିବା ପାଇଁ ସକ୍ଷମ ହୋଇପାରିଛି ପୋଲିସ୍ । ତେବେ ଏହି ଅପରାଧ ଘଟାଇଥିବା ବ୍ୟକ୍ତି ଜଣକ କୌଣସି ପେଶାଦାର ଅପରାଧୀ ନୁହେଁ ବରଂ ଜଣେ ହାବିଲଦାର ।

ସୂଚନା ଅନୁସାରେ ହାବିଲଦାର ଜଣକ ନିଜ ପ୍ରେମିକାର ଚାହିଦା ପୂରଣ ପାଇଁ ତିନି ଜଣ ସାଥୀ ସହ ମିଶି ଏକ ଗ୍ୟାଙ୍କ୍ ତିଆରି କରିଥିଲେ । ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା ହାବିଲଦାର ଜଣକ ବିବାହିତ । ଆଉ ଜଣେ ମହିଳାଙ୍କ ସହ ତାଙ୍କର ଅବୈଧ ସମ୍ବନ୍ଧ ରହିଛି । ଆଉ ହାବିଲଦାରଙ୍କ ପ୍ରେମିକା ଜଣକ ସବୁବେଳେ ମହଙ୍ଗା ଗାଡ଼ି ଘର, ଗହଣା ଆଦି ଦାବି କରୁଥିଲେ । ତେବେ ପୋଲିସ ଦରମାରୁ ପ୍ରେମିକାର ସବୁ ଚାହିଦା ପୂରଣ ହୋଇପାରୁ ନଥିଲା । ତେଣୁ ସେ ଅପରାଧ ଜଗତକୁ ଆପଣାଇ ନେଇଥିଲେ ।

ଟଙ୍କା ରୋଜଗାର କରିବା ସର୍ଟକଟ ଆପଣାଇଥିଲେ । ହାବିଲଦାର ଜଣକ ଲୁଟ କରିଥିବା ଡାକ୍ତରଙ୍କ ଘର ପାଖରେ ରହୁଥିଲେ । ତେଣୁ ତାଙ୍କ ବିଷୟରେ ଖୁବ ଭଲ ଭାବରେ ଜାଣିଥଲେ । ତେଣୁ ଲୁଟ ପାଇଁ ସୁପରିକଳ୍ପିତ ଯୋଜନା କରିଥିଲେ, ଯଦ୍ୱାରା ଟଙ୍କା ଲୁଟିନେବା ପରେ ମଧ୍ୟ ପୋଲିସ ତାଙ୍କ ଟେର୍ ପାଇବନାହିଁ । ତେବେ ଯେତେ ଚାଲାକ ହେଲେ ମଧ୍ୟ ଚୋର ଯେମିତି ହେଲେ ଧରାପଡ଼ିବ ।

ଲୁଟ ପରେ ପୋଲିସ ଛାନଭିନ୍ ଜାରି କରିଥିଲା । ଅପରାଧୀକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରିଥିଲା । ତେବେ ବେଶ କିଛି ଦିନରେ ତଦନ୍ତ ପରେ ଅପରାଧୀର ଟେର ପାଇଥିଲା ପୋଲିସ । ଆଉ ଏବେ ଅପରାଧୀ ସମେତ ତାଙ୍କ ସାଥୀଙ୍କୁ ମଧ୍ୟ ଗିରିଫ କରିଛି ପୋଲିସ ।