ସେଲଫି ଉଠାଇବା ଘଟଣାରେ ସ୍ପଷ୍ଟୀକରଣ ରଖିଲେ ମହିଳା ଡାକ୍ତର : କହିଲେ, ନୂଆକରି ଆରମ୍ଭ ହୋଇଥିବା ଓଟିରେ ପ୍ରଥମ ଅପରେସନକୁ ନେଇ ଖୁସିରେ ଉଠାଇଥିଲେ ଫଟୋ

ଛୋଟ ଘଟଣା ବଡ ରୂପ ନେଇଥିବାରୁ ମାଗିଲେ କ୍ଷମା !

208

କନକ ବ୍ୟୁରୋ : ଜୟପୁର ମେଡିକାଲ ଓଟି ଭିତରେ ସେଲଫି ଉଠାଇବା ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ମହିଳା ଡାକ୍ତର । ନୂଆକରି ଆରମ୍ଭ ହୋଇଥିବା ଓଟିରେ ପ୍ରଥମ ଅପରେସନକୁ ନେଇ ଖୁସିରେ ଫଟୋ ଉଠାଇଥିଲେ ବୋଲି କହିଛନ୍ତି । ଏବଂ ଏହି ଛୋଟ ଘଟଣା ଏତେ ବଡ଼ ରୂପ ନେଇଥିବାରୁ ସେ କ୍ଷମା ମାଗିଛନ୍ତି । ଅପରେସନ୍ କରୁଥିବା ଡାକ୍ତର ଅସ୍ତ୍ରୋପଚାର ଗୃହରେ ସେଲଫି ଉଠାଇବାକୁ ନେଇ ବିବାଦ ହୋଇଥିଲା । ଖବର ଅନୁଯାୟୀ ପ୍ରସବ ପାଇଁ ଜଣେ ଗର୍ଭବତୀଙ୍କୁ ଓଟି ଭିତରେ ଭର୍ତ୍ତି କରାଯାଇଥିଲା ।

ଆଉ ଅପରେସନ୍ ପାଇଁ ପ୍ରସ୍ତୁତ ହୋଇ ଓଟି ଭିତରକୁ ଯାଇଥିଲେ ୪ ଜଣ ଡାକ୍ତର । ଏମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଡାକ୍ତର ବି ଥିଲେ । ତେବେ ଅପରେସନ୍ ପାଇଁ ଯାଇଥିବା ଡାକ୍ତରାଣୀ ସସ୍ମିତା ଦାସ ନିଜ ମୋବାଇଲ ଫୋନ୍ ନେଇ ଭିତରକୁ ଯାଇଥିଲେ । ତାପରେ ସେଲଫି ନେଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାପରେ ବିବାଦ ଆରମ୍ଭ ହୋଇଥିଲା । ଏହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସିଡିଏମଓ ।