ମୋ ସରକାର ପ୍ରଭାବ: ଲାଞ୍ଚ ନେଇ ଗିରଫ ହେଲେ ଡାକ୍ତର

378

କନକ ବ୍ୟୁରୋ :  ମୋ ସରକାର ପ୍ରଭାବ । କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ ପାଇଁ ୨୫ ଶହ ଟଙ୍କା ଲାଞ୍ଚ ଅଭିଯୋଗରେ ଜଣେ ଡାକ୍ତର ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଡାକ୍ତର ହେଲେ ମନୋଜ କୁମାର ଜେନା।

ଗତ ୬ ତାରିଖରେ ଏକ ଶବ ବ୍ୟବଚ୍ଛେଦ ରିପୋର୍ଟ ଲାଗି ଡାକ୍ତର ମନୋଜ କୁମାର ଜେନା ୨୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୂର୍ବରୁ ଏହି ଘଟଣା ସହ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ପୁଲିସ ଏସ୍‌ଆଇ ଗିରଫ ହୋଇଛନ୍ତି। ଆମ୍ବାଗୁଡ଼ା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକ ଗିରଫ ଓ ଚାକିରିରୁ ନିଲମ୍ବିତ ହୋଇଛନ୍ତି।